ଟିମକୁ ପ୍ରତ୍ୟାବର୍ତନ କରିବା ପାଇଁ ଗେଲଙ୍କୁ ଅନୁରୋଧ କଲେ କୋହଲି 

ଓଡ଼ିଆ ବାର୍ତ୍ତା/ ବେଙ୍ଗାଲୁର: ଚଳିତ ଆଇପିଏଲରେ ଚମତ୍କାର ଢ଼ଙ୍ଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପ୍ଲେ ଅଫରେ ପ୍ରବେଶ କରିଛି । ଏହି ଅବସରରେ ସୋମବାର ଦଳର ଷ୍ଟାର ଖେଳାଳି ବିରାଟ କୋହଲି ଏକ ଜର୍ସି ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କୁ ଉପହାର ଦେଇଛନ୍ତି । ଆରସିବିର ପୂର୍ବତନ ଖେଳାଳି ଗେଲ ଟିମର ମନୋବଳ ବଢ଼ାଇବା ପାଇଁ ଆସିଥିଲେ । ସେ ଖେଳାଳିମାନଙ୍କ ସହ ମନ ଖୋଲି ମିଶିଥିଲେ । କୋହଲି ତାଙ୍କୁ ଟିମକୁ ପ୍ରତ୍ୟାବର୍ତନ କରିବା ପାଇଁ ଅନୁରୋଧ କରିଥିଲେ । ସେ ହସି କରି କହିଥିଲେ କାକା ଇମ୍ପାକ୍ଟ ପ୍ଲେୟାର ନିୟମ ଏବେ ଲାଗୁ ରହିଛି । ତୁମେ ଟିମରେ ଯୋଗ ଦିଅ । ଆପଣଙ୍କୁ ଆଉ ଫିଲ୍ଡିଂ କରିବାକୁ ପଡିବନି । ଏହା ସ୍ୱତନ୍ତ୍ର ଭାବେ ଆପଣଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । କୋହଲି ଏହି ସିଜନରେ ୩୭ ଛକା ମାରିଥିବାରୁ ଗେଲ ତାଙ୍କୁ ପ୍ରଶଂସା କରିଥିଲେ । ସୂଚନାଯୋଗ୍ୟ, ଗେଲ ଆଇପିଏଲରୁ ଅବସର ନେଇ ସାରିଛନ୍ତି । ସେ ଏବେ ରିଟାୟର ଖେଳାଳିଙ୍କ ଲିଗରେ ଖେଳୁଛନ୍ତି । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.