ବଡ଼ ପୁଝାରୀଗୁଡା ସେବା ସମବାୟ ସମିତି ତରଫରୁ ରେଙ୍ଗାଲପାଲିଠାରେ ଧାନ ମଣ୍ଡି ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ମୁଖିଗୁଡା ଇନ୍ଦ୍ରାବତୀ ମେଗାଲିପ୍ଟ ଜରିଆରେ ରବି ଋତୁରେ ଧାନ ଚାଷ ପାଇଁ ଚାଷୀ ମାନଙ୍କୁ ପାଣି ଯୋଗାଇ ଦିଆ ଯାଇଥିବାବେଳେ କୃଷକମାନେ ତାଙ୍କର ଉତ୍ପାଦିତ ଧାନକୁ ବ୍ୟବସ୍ଥିତ ଭାବେ ବିକ୍ରୟ କରିବା ପାଇଁ ସରକାରଙ୍କ ତରଫରୁ ମଣ୍ଡି ଖୋଲାଯାଇଛି। ଏହି ପରିପ୍ରେକ୍ଷୀରେ ବଡ଼ ପୁଝାରୀଗୁଡା ସେବା ସମବାୟ ସମିତି ତରଫରୁ ରେଙ୍ଗାଲପାଲି ଠାରେ ମଣ୍ଡି ବ୍ୟବସ୍ଥା ଥିବା ବେଳେ ଆଜି ମଣ୍ଡିର ଉଦ୍ଘାଟନ ହୋଇଯାଇଅଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ବ୍ରଜେନ୍ଦ୍ର କୁମାର ପଟ୍ଟଯୋଶୀ ଯୋଗଦେଇ ପୂଜାର୍ଚ୍ଚନା କରି ଆନୁଷ୍ଠାନିକ ଭାବେ ଧାନ ମଣ୍ଡିର ଶୁଭ ଉଦଘାଟନ କରିଥିଲେ। ବଡ଼ ପୁଝାରୀଗୁଡା ସେବା ସମବାୟ ସମିତିର ସମ୍ପାଦକ ଯଶୋବନ୍ତ ନାଗଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାଟା ଏଣ୍ଟ୍ରି ଅପରେଟର ରମେଶ ନାଏକ, ବିରଞ୍ଚି ନାଏକ, ମୋହନ ଧଙ୍ଗଡାମାଝି, ସେବା ସମବାୟ ସମିତିର ନିର୍ଦ୍ଦେଶକ ଧନେଶ୍ଵର ପୁଞ୍ଜି, ବିଭିନ୍ନ ରାଇସ୍ ମିଲରୁ ଆସିଥିବା ଏଜଣ୍ଟ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ବ୍ରଜେନ୍ଦ୍ର କୁମାର ପଟ୍ଟଯୋଶୀ କିଭଳି ଭାବରେ ମଣ୍ଡି ସୁରୁଖୁରୁରେ ଚାଲିବ ସେ ବିଷୟ ଉପସ୍ଥିତ ମିଲର୍ସ ଏଜେଣ୍ଟ ଏବଂ ସେବା ସମବାୟ ସମିତିର କର୍ମକର୍ତ୍ତା ତଥା ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ। ପରେପରେ ସମସ୍ତ ମିଲର୍ସ ଏଜେଣ୍ଟ ଏବଂ ସେବା ସମବାୟ ସମିତି କର୍ମକର୍ତ୍ତା ତଥା ଚାଷୀ ମାନଙ୍କ ସହମତି କ୍ରମେ ମଣ୍ଡି ଆରମ୍ଭ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.