ସର୍ଗିଗୁଡାରେ ୨୪ ପ୍ରହର ନାମଯଜ୍ଞ: ପ୍ରଥମ ଦିନରେ ପ୍ରବଳ ଜନ ସମାଗମ, ଅନବରତ ଚାଳିଛି ଅନ୍ନଛତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସର୍ଗିଗୁଡା ୨୪ ପ୍ରହର ନାମଯଜ୍ଞର ପ୍ରଥମ ଦିବସ ସୋମବାର ପ୍ରବଳ ଭକ୍ତ ସମାଗମ ଦେଖିବାକୁ ମିଳିଛି। ବିଶେଷ କରି ସନ୍ଧ୍ୟା ୬ ଟା ରୁ ୧୦ ଟା ଯାଏଁ ଜନ ସମାଗମ ଦେଖିବାକୁ ମିଳିଥିଲା। ଜିଲ୍ଲା ତଥା ଜିଲ୍ଲା ବାହାରୁ ନବରଙ୍ଗପୁର, ବରଗଡ଼, ବଲାଙ୍ଗୀର ପ୍ରଭୃତି ସ୍ଥାନରୁ ନିମନ୍ତ୍ରିତ ୧୪ ଗୋଟି ଦଳ ମଧ୍ୟରୁ ୮ ଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ ଆସି ନାମଯଜ୍ଞରେ ସାମିଲ ହୋଇସାରିଥିବା ବେଳେ ବାକି ୬ ଗୋଟି ଦଳ ମଙ୍ଗଳବାର ସକାଳୁ ପହଞ୍ଚିବେ ବୋଲି ଜଣାପଡିଛି। ନାମଯଜ୍ଞ ମଣ୍ଡପରେ ପ୍ରବଳ ଭକ୍ତ ସମାଗମ ଘଟିଥିବା ବେଳେ ଅନ୍ନଛତ୍ରରେ ମଧ୍ୟ ୧୫୦୦ ରୁ ଉର୍ଦ୍ଧ୍ବ ଭକ୍ତ ପ୍ରସାଦ ସେବନ କରିଥିବା ଦେଖିବାକୁ ମିଳିଛି। ଶୃଙ୍ଖଳିତ ଭାବରେ ଚାଳିଛି ସର୍ଗିଗୁଡାର ୨୪ ପ୍ରହର ନାମଯଜ୍ଞ। ପରିଚାଳନା ସମିତିର ସଦସ୍ୟ ମାନଙ୍କ ସମେତ ଗ୍ରାମବାସୀ ଓ ଯୁବପିଢୀ ଲାଗିପଡିଛନ୍ତି କାର୍ଯ୍ୟକ୍ରମ ପରିଚାଳନାରେ। ବାହାରୁ ମଧ୍ୟ ଅନେକ ନିମନ୍ତ୍ରିତ ଅତିଥି ଆସି ନାମାଯଜ୍ଞରେ ସାମିଲ ହୋଇଛନ୍ତି। ମଙ୍ଗଳବାର ୧୬ ପ୍ରହର ଓ ବୁଧବାର ୨୪ ପ୍ରହରରେ ଆହୁରି ଭିଡ ଜମିବ ବୋଲି ଆକଳନ କରାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.