ବାଲିଗୁଡା ଷ୍ଟ୍ରଙ୍ଗ୍‌ରୁମ୍‌ରେ ସିଲ୍ ହେଲା ୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ, ୨୪ ଘଣ୍ଟିଆ ସୁରକ୍ଷା ସହ ନଜର ରଖିବ ସିସି ଟିଭି

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ସୋମବାର ଦିନ ସମାପନ ହୋଇଛି। ଏହି ପରିପ୍ରେକ୍ଷୀରେ ଇଭିଏମ ମେସିନରେ ବାଲିଗୁଡାର ୫ଜଣ ଓ ଜି.ଉଦୟଗିରିର ୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ଅନ୍ତର୍ଗତ ୪ଟି ବ୍ଲକ ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ ଓ କ.ନୁଆଗାଁ ବ୍ଲକ ସମେତ ବାଲିଗୁଡା ଏନଏସିରେ ହୋଇଥିବା ନିର୍ବାଚନର ଇଭିଏମ ବକ୍ସ ଗୁଡିକ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟରେ ରଖାଯାଇଛି। ସେହିଭଳି ଜି.ଉଦୟଗିରି ବିଧାନସଭା ଅନ୍ତର୍ଗତ ୪ ଟି ବ୍ଲକ ଜି.ଉଦୟଗିରି, ରାଇକିଆ, ଟିକାବାଲି ଦାରିଙ୍ଗବାଡି ଓ ଜି.ଉଦୟଗିରି ଏନଏସି ଅଞ୍ଚଳରେ ହୋଇଥିବା ନିର୍ବାଚନର ଇଭିଏମ ବକ୍ସ ଗୁଡିକ ମଧ୍ୟ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷାରେ ରଖାଯାଇଛି। ଏହି ଦୁଇଟି ନିର୍ବାଚନ ମଣ୍ଡଳୀର ସ୍ପଷ୍ଟ ଫଳାଫଳ ଜୁନ ୪ ରେ ଗଣତି ହେବ ବୋଲି ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.