ମୁଣ୍ଡିଗୁଡା ମହାଭାରତ ମହାଯଜ୍ଞରେ ଅନ୍ତଃରାଷ୍ଟ୍ରୀୟ ସିଦ୍ଧାଶ୍ରମ ପରିବାର ଜୁନାଗଡ ଶାଖା ପକ୍ଷରୁ ଦହି ସର୍ବତ ବଣ୍ଟନ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ ବ୍ଲକ କାଳିଆକୁଣ୍ଡଳ ଗ୍ରାମ ପଞ୍ଚାୟତ ସ୍ଥିତ କେଲିଆ ଜଙ୍ଗଲ ବାବା ଅନନ୍ତ ହରି ହର ସେବାଶ୍ରମ ମୁଣ୍ଡିଗୁଡାରେ ବାବା ଶରଣଦ ମହାରାଜ ଓ ବ୍ୟାସ ପ୍ରଦିପ୍ତ ତ୍ରିପାଠୀଙ୍କ ଦ୍ୱାରା ଗୋଟିଏ ମାସ ଧରି ଚାଲୁଥିବା ବିଶ୍ଵଶାନ୍ତି ମହାଭାରତ ମହାଯଜ୍ଞ ଆଜି ୨୮ଦିନରେ ପହଂଚିଛି। ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମହାଭାରତରେ ଯୋଗ ଦେଇ ସକାଳ ୬ ରୁ ସନ୍ଧ୍ୟା ୫ଘଣ୍ଟା ପର୍ଯ୍ୟନ୍ତ ମହାପୁରାଣ ଶୁଣିବା ସହ ପ୍ରସାଦ ସେବନ କରୁଛନ୍ତି। ଏଠାରେ ମୂଖ୍ୟ କର୍ତ୍ତା ଭାବେ ସୁଜ୍ଞାନ ରଞ୍ଜନ ବାବୁ ଓ ତାଙ୍କ ଧର୍ମ ପତ୍ନୀ ପଲ୍ଲବି ବାବୁ ଦାଇତ୍ୱ ନିର୍ବାହ କରୁଛନ୍ତି। ତେବେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଅନ୍ତଃରାଷ୍ଟ୍ରୀୟ ସିଦ୍ଧାଶ୍ରମ ପରିବାର ଜୁନାଗଡ଼ ଶାଖା ତରଫରୁ ଆଜି ଦହି ସରବତ ବଣ୍ଟନ କରାଯାଇଛି। ଶ୍ରଦ୍ଧାଳୁ ଓ ଭକ୍ତମାନେ ଏହା ପାନକରି ତୃପ୍ତିଲାଭ କରୁଥିବା ଦେଖିବାକୁ ମିଳିଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.