ଓଡିଶାରେ ଭୋଟ୍ ପାଇଁ ତାମିଲ ଲୋକଙ୍କୁ ବଦନାମ କରୁଛନ୍ତି ମୋଦୀ -ଏମ୍.କେ ଷ୍ଟାଲିନ 

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଓଡିଶାରେ ନିର୍ବାଚନ ପ୍ରଚାରବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲ ଲୋକଙ୍କୁ ବଦନାମ କରୁଥିବା ନେଇ ଆକ୍ଷେପ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍। ସୋସିଆଲ ମିଡିଆରେ ପୋଷ୍ଟ କରି ଷ୍ଟାଲିନ୍ କହିଛନ୍ତି, ଅନ୍ୟ ରାଜ୍ୟରେ ଭୋଟ୍ ହାତେଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ତାମିଲ ଲୋକଙ୍କୁ ବଦନାମ କରୁଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ତାମିଲ ଲୋକଙ୍କୁ ମିଛରେ ଦୋଷାରୋପ କରୁଛନ୍ତି ପ୍ରଧାନମନ୍ତ୍ରୀ। ପୂର୍ବ ରାଜ୍ୟରେ ତାମିଲ ଲୋକଙ୍କ ବିରୋଧରେ ମନ୍ତବ୍ୟ ଦେଇ ରାଜ୍ୟ ରାଜ୍ୟ ମଧ୍ୟରେ ମୋଦୀ, ବିଭେଦ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ଷ୍ଟାଲିନ୍। ଭୋଟ୍ ପାଇଁ ପ୍ରଧାନମନ୍ତ୍ରୀ ଦିନକୁ ଦିନ ଏଭଳି ଦରିଦ୍ର ଭଳି ବ୍ୟବହାର ଦେଖାଇବା ବନ୍ଦ କରିବା ଉଚିତ୍ ବୋଲି ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଷ୍ଟାଲିନ୍।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.