ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିନାଦିତ ହେଲା ଶଙ୍ଖ ଧ୍ବନି। ବିଜୟୀ ହେଲେ ବିଜେଡ଼ି ପ୍ରାର୍ଥୀନୀ ମନୋରମା ମହାନ୍ତି। କଂଗ୍ରେସର ଭେଟେରାନ ନେତା ଭକ୍ତ ଚରଣ ଦାସଙ୍କୁ ୫୨୦୫ ଭୋଟରେ ପରାସ୍ତ କରି ନର୍ଲାରେ ବିଜେଡ଼ିର ଗଡ଼ ରକ୍ଷା କରିଛନ୍ତି ମନୋରମା। ବିଜେଡ଼ି ପ୍ରାର୍ଥୀନୀ ମନୋରମା ମହାନ୍ତି ୬୭୫୩୨ ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ ୬୨୩୨୭ ଖଣ୍ଡ ଭୋଟ ଓ ବିଜେପି ପ୍ରାର୍ଥୀ ଅନିରୁଦ୍ଧ ପଧାନ ୪୭୪୧୭ ଖଣ୍ଡ ଭୋଟ ପାଇଛନ୍ତି।