ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଆମେରିକାକୁ ହରାଇ ସୁପର-୮ରେ ସ୍ଥାନ ସୁରକ୍ଷିତ କରିଛି ଭାରତ 

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆୟୋଜକ ଆମେରିକାକୁ ୭ ୱିକେଟ୍‌ରେ ହରାଇ ଭାରତ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି । ତା’ ସହିତ ସୁପର-୮ରେ ସ୍ଥାନ ସୁରକ୍ଷିତ କରି ନେଇଛି । ଗ୍ରୁପ୍‌-ଏରେ ସଂପ୍ରତି ଭାରତ ତିନିଟି ମ୍ୟାଚ୍‌ରୁ ତୃତୀୟ ବିଜୟ ପାଇ ପୂରା ୬ ପଏଣ୍ଟ୍‌ ସହ ଶୀର୍ଷ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଆମେରିକା ପ୍ରଥମ ପରାଜୟ ବରଣ କରିଛି । ନ୍ୟୁୟର୍କର କଠିନ ପିଚ୍‌ରେ ଆମେରିକା ବୁଧବାର ଭାରତକୁ ୧୧୧ ରନ୍‌ର ଲକ୍ଷ୍ୟ ଦେଇଥିଲା । ଯାହାକୁ ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ଝଟ୍‌କା ସତ୍ତ୍ବେ ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା । ଭାରତୀୟ ବଂଶୋଦ୍ଭବ ବୋଲର ସୌରଭ ନେତ୍ରଭଲକର ହିଁ ଭାରତକୁ ୧୪ ବଲ୍ ଭିତରେ ଡବଲ ଝଟ୍‌କା ଦେଇଥିଲେ । ତୃତୀୟ ବଲ୍‌ରେ ବିରାଟ କୋହଲିଙ୍କୁ ଆଉଟ୍ କରି ଅବିସ୍ମରଣୀୟ ସଫଳତା ପାଇଥିଲେ। କୋହଲି ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ଭାରତ ସହ ଆମେରିକୀୟ ପ୍ରଶଂସକଙ୍କୁ ବି ସ୍ତବ୍ଧ କରି ଦେଇଥିଲା। ଅନ୍ୟତମ ମହାନ ତାରକା ରୋହିତ ଶର୍ମାଙ୍କୁ ବି ଶିକାର କରିଥଲେ । କୋହଲି-ରୋହିତ ୧୦ ରନ୍ ଭିତରେ ପ୍ୟାଭିଲିୟନ ଫେରିବା ପରେ ଋଷଭ ପନ୍ତ ଲଢ଼ୁଆ ୨୦ ରନ୍ କରି ଭାରତ ପାଳିକୁ ଆଗେଇ ନେଇଥିଲେ। ଏହା ପରେ ସୂର୍ଯ୍ୟକୁମାର ୟାଦବ (୫୦*) ଓ ଶିବମ ଦୁବେ (୩୧*) ବ୍ୟାଟିଂ କରି ଭାରତକୁ ଲଗାତାର ତୃତୀୟ ବିଜୟ ଉପହାର ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.