ଓଡ଼ିଆ ବାର୍ତ୍ତା/ ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଡଙ୍ଗରୀପାରାରେ ନାଟ ଗୁରୁ ସଂଘର ଦ୍ବିତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସି ହରିଜନ, ସମ୍ମାନିତ ଅତିଥି ଭାବେ ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର, ଅନ୍ୟତମ ଭାବେ ଅତିଥି ବରିଷ୍ଟ ସମାଜସେବୀ ସୁକଦେବ ଗୋଣ୍ଡ, ମୁଖ୍ୟ ବକ୍ତା ଭାବେ ଅଭଭକ୍ତ କୋରାପୁଟ ଜିଲ୍ଲା ଶାବର ଶ୍ରୀକ୍ଷେତ୍ର ଦେଶିଆ ନାଟ ଗୁରୁ ମହାସଂଘର ସଭାପତି ନରସିଂ ତ୍ରିପାଠୀ, ସଭାପତି ପବିତ୍ର ନାୟକ, ସଂପାଦକ କୁନୁ ବାଗ, ମୋହନ ପରିଡା, ଭିମସେନ୍ ଡଙ୍ଗରୀ, ଭଗବାନ ଭତ୍ରା, ଧନସାନ୍ତା, ମଙ୍ଗଲ ଭତ୍ରା, ଜଗବନ୍ଧୁ ଗାଣ୍ଡା, ଦାମଦାସ ପନକା, ରାଜେନ୍ଦ୍ର ହରିଜନ, ଜଗନ୍ନାଥ ନାୟକ, ଜଗବନ୍ଧୁ ଭତ୍ରା, ଲଚିନ ବାଗ, ଭୋଦ୍ର ଗୁରୁ, ସୁରେନ୍ଦ୍ର ପଣ୍ଡାଙ୍କ ସମେତ ୧୦ ଗୋଟି ବ୍ଳକର ନାଟ ଗୁରୁ ସଂଘ ସଭାପତି, ସଂପାଦକ, କୋଷାଧ୍ୟକ୍ଷ, ଵିକେଏସ୍ଏସ୍ ପ୍ରମୁଖ ଉପସ୍ଥିତ ଥିଲେ।ଉମରକୋଟ ବ୍ଳକର ସାଧାରଣ ସଂପାଦକ ପର୍ଶୁରାମ ନାୟକ ମଞ୍ଚ ପରିଚାଳନା କରିଥିଲେ।
ପ୍ରତ୍ୟେକ ଵ୍ଳକର ଲୋକ କଳା ଓ ସାଂସ୍କୃତିକ ଦଳ ମଧ୍ୟରୁ କାନାହାଣ୍ଡିରୁ ଡେନ୍ସ, ଅଲମାଗୁଡାର ଵାଇଡୁନ୍ଡି ନୂତ୍ୟ, କଚନାପାରାରୁ ମାଟି ମର୍ଦ୍ଦଳ, ପାପଡାହାଣ୍ଡିରୁ ଡେମସା, ଭାରସୁଣ୍ଡିରୁ ଡେନ୍ସ, ହାଣ୍ଡି ଖଦରାରୁ ଅଲେଖ ନିଳା, ଚଲାନ ପାରାରୁ ମହିମା ଭୋଜନ, କୁଶୁମପୁରରୁ କୁତମଦଲ, ସଭାପାରାରୁ କୁତମୁଦଲ, ପିପଲପାରାରୁ ସଂକିର୍ତନ, ଦେବାଗାର ପ୍ରେମଗୁରୁର ଲୋକଗିତ ଆଦି ପ୍ରଦର୍ଶିତ ହୋଇଥିଲା। ରାତିରେ ରାମାୟଣ ଗିତିନାଟ୍ୟ ପରିବେଷିତ ହୋଇଥିଲା। ଏହାକୁ ପ୍ରାୟ ୭ହଜାରୁ ଉର୍ଦ୍ଧ ଦର୍ଶକ ଉପଭୋଗ କରିଥିଲେ। ଏହି ଅବସରରେ ମାତା ମାହୁଲି ମନ୍ଦିର ପ୍ରତିଷ୍ଠା ମଧ୍ୟ ହୋଇଥିଲା।