ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଭବାନୀପାଟଣା ସ୍ଥିତ ପ୍ରାଥମିକ ଶିକ୍ଷକ ଭବନ ଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସଂଘର ଜିଲ୍ଲା ସଭାପତି ବୀରେନ୍ଦ୍ର ବାଗଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ପୂର୍ବତନ ସାଂସଦ ଅର୍କକେଶରୀ ଦେଓ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ରାଜ୍ୟ ବିଜେପି ସମ୍ପାଦକ ରମେଶ ସାହୁ, ଜିଲ୍ଲା ବିଜେପି ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ଭବେନ୍ଦ୍ର ପଣ୍ଡା, ନବରଙ୍ଗପୁର ଜିଲ୍ଲା ପ୍ରଭାରୀ ଶକ୍ତି ରଞ୍ଜନ ଶତପଥି ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଧୀରେନ୍ଦ୍ର ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ରଖିଥିଲେ ଏବଂ ମନ୍ତ୍ରୀଙ୍କ ସମ୍ମୁଖରେ ଶିକ୍ଷକମାନଙ୍କ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାନେତ୍ରୀ ଅର୍ଚ୍ଚନା ମିଶ୍ର, ଜିଲ୍ଲା କୋର୍ କମିଟି ସଦସ୍ୟ ଦିଲ୍ଲୀପ ଖାନସମା, ଯୋଗେଶ୍ୱର ମିଶ୍ର, ଅମରେନ୍ଦ୍ର ପଟ୍ଟନାୟକ, ଜିଲ୍ଲା କୋଷାଧକ୍ଷ ଶିବପ୍ରସାଦ ଦାସ, ଯୁଗ୍ମ ସମ୍ପାଦକ ଉପେନ୍ଦ୍ର ପ୍ରଧାନ, ସଦର ବ୍ଲକ ଉପସଭାପତି ବେଣୁଧର ବିଶ୍ୱାଳ, ସମ୍ପାଦକ ପ୍ରଦ୍ୟୁମ୍ନ ହୋତା, ପିତାମ୍ବର ସା, ଦୁଷ୍ମନ୍ତ ମାଝୀ, ଥୁଆମୂଳ ରାମପୁର ବ୍ଲକ ସଭାପତି ଅଜିତ କୁମାର ନାୟକ, ନର୍ଲା ବ୍ଲକ ସଭାପତି ମୀନକେତନ ସାହୁ ଓ ସଂପାଦକ ଅମିତ ଶର୍ମା, ତପନ କୁମାର ବେହେରା, ରାମେଶ୍ୱର ନାଏକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିବାବେଳେ ସଦର ବ୍ଲକ ସଭାପତି ମଧୁସୂଦନ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଜିଲ୍ଲା ସଂଗଠକ ପଦ୍ମ ନାଏକ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୧୩ଗୋଟି ବ୍ଲକର କର୍ମକର୍ତ୍ତା ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।