ମଙ୍ଗଳବାର ଖୋଲିଲା ବିଦ୍ୟାଳୟ: ନର୍ଲାରେ ଅଧିକାଂଶ ଶିକ୍ଷକ ଶିକ୍ଷୟତ୍ରୀ ଗାୟବ

ଅନୁପସ୍ଥିତ ଶିକ୍ଷକଙ୍କ ଦରମା ବନ୍ଦ କରାଯିବ -ତପିମଣି ଜାନି, ନର୍ଲା ବ୍ଲକ ଶିକ୍ଷାଧିକାରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସରିଲା ଗ୍ରୀଷ୍ମ ଅବକାଶ। ୧୮ ରୁ ରାଜ୍ୟର ସମସ୍ତ ସ୍କୁଲ କଲେଜ ଗୁଡିକ ଖୋଲିଛି। ହେଲେ ଅଦ୍ୟାବଧି ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ତାତି ଯୋଗୁଁ କେତେକ ଜିଲ୍ଳାର ସ୍କୁଲ କଲେଜ ଗୁଡ଼ିକ ଛୁଟି ରହିଥିବା ବେଳେ କେତେକ ଜିଲ୍ଳାର ସ୍କୁଲ କଲେଜ ଗୁଡିକ ସକାଳୁଆ କ୍ଲାସ ପାଇଁ ନିର୍ଦ୍ଦେଶ ହୋଇଛି। ସ୍କୁଲ ଛୁଟି କିମ୍ବା ସକାଳୁଆ ସ୍କୁଲ ପାଇଁ ଜିଲ୍ଲା ଗୁଡିକର ପାଗ ଦେଖି ସଂପୃକ୍ତ ଜିଲ୍ଳାର ଜିଲ୍ଲାପାଳ ମାନେ ନିଷ୍ପତି ନେବେ ବୋଲି ରାଜ୍ୟ ସରକାର ଜିଲ୍ଲାପାଳ ମାନଙ୍କୁ କ୍ଷମତା ପ୍ରଦାନ କଲେ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲାରେ ସକାଳୁଆ ସ୍କୁଲ ଚାଲିବ ବୋଲି ଗତକାଲି ସଂଧ୍ୟାରେ କଳାହାଣ୍ଡି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଆଜି ମଙ୍ଗଳବାର ସକାଳୁ ସ୍କୁଲ ସବୁ ଖୋଲିଲା। ହେଲେ ପୂର୍ବ ଓଡ଼ିଶାରୁ ଆସି କଳାହାଣ୍ଡିରେ ଶିକ୍ଷକ ଶିକ୍ଷୟତ୍ରୀ ଭାବରେ କାର୍ଯ୍ଯ କରୁଥିବା ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଆଜି ପ୍ରଥମ ଦିନରେ ବିଦ୍ୟାଳୟକୁ ଆସିନଥିବା ଦେଖିବାକୁ ମିଳିଛି। ପୂର୍ବାଞ୍ଚଳର ବିଭିନ୍ନ ଜିଲ୍ଲାରୁ ଆସି ଏଇଠି ଶିକ୍ଷକତା କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନ ଖରା ଛୁଟିରେ ନିଜ ନିଜ ଘରକୁ ଯାଇଥିଲେ ଛୁଟି କଟେଇବା ପାଇଁ। ସ୍ଥାନୀୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଖରାଛୁଟି ସମୟ ରେ ରୋଷ୍ଟର ଡ୍ୟୁଟି ମଧ୍ୟ କରିଥିଲେ। ହେଲେ ସେହି ଡ୍ୟୁଟିକୁ ମଧ୍ୟ ଫାଙ୍କି ଦେଈ ଘରକୁ ଚାଲି ଯାଇଥିଲେ ପୂର୍ବାଞ୍ଚଳ ରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ବୋଲି କୁହାଯାଉଛି। ଏ ବିଷୟରେ ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନିଙ୍କ ମତାମତ ନେବାରୁ ସେ କହିଲେ – ଆଜି ଆମ ବ୍ଲକର ସମସ୍ତ ବିଦ୍ୟାଳୟ ଗୁଡିକ ଖୋଲିଲା ଏବଂ ସକାଳୁଆ କ୍ଲାସ ମଧ୍ୟ ଚାଲିଲା। ଆମ ଅଫିସ ର ଦୁଇଜଣ ଏବିଓ ଏବଂ ମୁଁ ନିଜେ ବିଭିନ୍ନ ବିଦ୍ୟାଳୟ ଗୁଡ଼ିକୁ ପରିଦର୍ଶନରେ ଯାଇଥିଲୁ। ଅନ୍ୟ ଜିଲ୍ଲାରୁ ଆସି ଏଇଠି କାର୍ଯ୍ୟରତ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟକୁ ଆସି ନାହାଁନ୍ତି। ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କୁ ଏହାର କୈଫୟତ ମାଗଯିବା ସହ ସେମାନଙ୍କ ଦରମା ବନ୍ଦ କରାଯିବ ବୋଲି କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.