ଶାନ୍ତପୁର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଓ ବନ ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଶାନ୍ତପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅଧ୍ୟକ୍ଷା ଶ୍ୱେତାଲିନ ପଧାନଙ୍କ ନେତୃତ୍ଵରେ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଉଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆଡମ୍ବର ସହକାରେ ବିଦ୍ୟାଳୟର ୪୨ତମ ପ୍ରତିଷ୍ଠା ଦିବସ ଛାତ୍ରଛାତ୍ରୀ, ବିଦ୍ୟାଳୟ ଷ୍ଟାଫ, ପରିଚାଳନା ସମିତି ସଦସ୍ୟ ଓ ଅଭିଭାବକଙ୍କ ଉପସ୍ଥିତିରେ ଏହା ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବଳରାମ ହରପାଲ ଯୋଗଦାନ କରି ଶ୍ରୀ ରାଧାକୃଷ୍ଣଙ୍କ ପୂଜନ ପରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ଵର୍ଗତ ଧନେଶ୍ଵର ସା ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଅଧ୍ୟକ୍ଷା ଶ୍ରୀମତୀ ପଧାନ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ବିଦ୍ୟାଳୟର ଇତିହାସ ଓ ଏହାର ସଫଳତା ବିଷୟ ଉପସ୍ଥାପନ କରିଥିଲେ। ମଞ୍ଚାସୀନ ଅତିଥି ବୃନ୍ଦ ବିଦ୍ୟାଳୟର ପ୍ରତିଷ୍ଠାତା ଓ ବିଦ୍ୟାଳୟର ସଫଳତା ବିଷୟରେ ମାର୍ଗଦର୍ଶନ ଦେବାପରେ ଫରେଷ୍ଟର ଭବାନୀଶଙ୍କର ପରିଛାଙ୍କ ନେତୃତ୍ୱରେ ଵିଦ୍ୟାଳୟରେ ବନ ମହୋତ୍ସବ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।

Udyog Nursery
Udyogi Nursery

ଉପସ୍ଥିତ ଅତିଥି ବୃନ୍ଦ, ବିଦ୍ୟାଳୟ ଷ୍ଟାଫ, ବନ ବିଭାଗ କର୍ମଚାରୀ ଓ ଛାତ୍ରଛାତ୍ରୀ ବିଦ୍ୟାଳୟ ପରିସର ଓ ଖେଳ ପଡିଆ ପାର୍ଶ୍ୱରେ ବୃକ୍ଷ ରୋପଣ କରିଥିଲେ। ଶିକ୍ଷକ ଶଙ୍କର ଚରଣ ପଧାନ, କିଶୋର କୁମାର ସା, ପି. ମନୋହର ରାଓ, ପରମାନନ୍ଦ କୁମାର ଶିକ୍ଷୟତ୍ରୀ ପ୍ରିୟଙ୍କା ଭୋଇ, ମନିକା ଦେଓ, ରୋହିତ ଶବର, ହେମନ୍ତ ସାହୁ, ଆନନ୍ଦ ରାଉତ, ଜି ସ୍ଵାତୀ, ରେଣୁକା ଦୀପ, ମୋନାଲିସା ରଥ, ଜତୀନ୍ଦ୍ର ରଥ ଓ ଅବନୀ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଅଧ୍ୟକ୍ଷା ଶ୍ରୀମତୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.