ଅବଧି ସରିଲା କିନ୍ତୁ ସଂପୂର୍ଣ୍ଣ ହୋଇନାହିଁ କାମ: ଶୋଚନୀୟ ଅବସ୍ଥାରେ ଚିତାମୁଣ୍ଡା-ବାଙ୍କୀମୁଣ୍ଡା ରାସ୍ତା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଚିତାମୁଣ୍ଡା ବାଙ୍କୀମୁଣ୍ଡା ଭାୟା ଡାଲଗୁମା ରାସ୍ତା ଶୋଚନୀୟ ଅବସ୍ଥାରେ ପଡିଥିଲା l ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ହେବା ପାଇଁ ଅନୁଦାନ ଧାର୍ଯ୍ୟ ହେବାପରେ ଲୋକେ ଦୀର୍ଘ ଦିନର ସମସ୍ୟାର ସମାଧାନ ପାଇଁ ଉତ୍ସାହିତ ହେଉଥିଲେ, ହେଲେ କାର୍ଯ୍ୟ ଆରମ୍ଭ ଓ ଶେଷର ଅବଧି ସରିଗଲେ ମଧ୍ୟ ଏଯାଏଁ କାର୍ଯ୍ୟ ର ଆୟାମରମ୍ଭ ମଧ୍ୟ ଜଣା ପଡୁନି l ଏପଟେ ବର୍ଷା ଦିନକୁ ଲୋକଙ୍କ ଗମନାଗମନ ଓ ଛାତ୍ର ଛାତ୍ରୀ ଙ୍କ ସ୍କୁଲ କଲେଜ ଯିବା ରାସ୍ତା ଶୋଚନୀୟ ଓ ବିପଦ ସଂକୁଳ ଯୋଗୁଁ ସଚେତନ ଓ ବୁଦ୍ଧିଜୀବୀ ଙ୍କ ମନରେ ବହୁ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଏହାକୁ ସଂଯୋଗ କରୁଥିବା ବ୍ଲକ ର ବିଭିନ୍ନ କାର୍ଯ୍ୟାଳୟ ଓ ଦୈନନ୍ଦିନ ଜୀବନରେ ଆବଶ୍ୟକତା ପୂରଣ ପାଇଁ ବାଣିଜ୍ୟ ସ୍ଥଳୀ ବେହେରା ଉପରେ ନିର୍ଭର କରୁଥିବା ଲୋକେ ଠିକା ସଂସ୍ଥା ଓ ବିଭାଗ ପ୍ରତି ବିତୁର୍ସନା ଭାବ ପ୍ରକାଶ କରି ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି l ସୂଚନାନୁସାରେ ଧର୍ମଗଡ଼ ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ଏହି ରାସ୍ତା ର ଚିତାମୁଣ୍ଡା ଠାରୁ ବାଙ୍କୀମୁଣ୍ଡା ଭାୟା ଡାଲଗୁମା ୫, ୧୩୦କିମି ଦୂରତା ପାଇଁ ଅଟକଳ ମୂଲ୍ୟ ୩,୪୫,୨୭୮୧୩ ଟଙ୍କା ମଞ୍ଜୁର ହୋଇଛି,ଓ ବିଭାଗ ଓ ଠିକାସଂସ୍ଥା ପକ୍ଷରୁ ୧୩:୧୨:୨୩ ରୁ ଆରମ୍ଭ ହୋଇ ଶେଷ ତାରିଖ ୧୨:୬:୨୪ ପର୍ଯ୍ୟନ୍ତ ଅବଧି ଥିଲା ହେଲେ ବର୍ତମାନ ପର୍ଯ୍ୟନ୍ତ କାର୍ଯ୍ୟର ଅୟମାରମ୍ଭ ଜଣା ପଡୁନି ଯାହା ଫଳରେ ଲୋକେ ମୁଣ୍ଡ ଇନ୍ଫରା ପ୍ରୋଜେକ୍ଟ ଠିକା ସଂସ୍ଥା ପ୍ରତି ସନ୍ଦେହ କରି କାହା ଛତ୍ର ଛାୟା ତଳେ ଏହି ଠିକା ସଂସ୍ଥା ବାହୁବଳୀ ଦେଖେଇ ହୋଇ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଅବହେଳା କରୁଥିବା ହେତୁ ଅସନ୍ତୋଷ ପ୍ରକାଶ କରି ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ସଜବାଜ ହେଉଥିବା ପ୍ରକାଶ କରିଛନ୍ତି l ଏନେଇ ଆଜି ଗ୍ରାମର ସଚେତନ ନାଗରିକ ଅମୋଜ କୁମାର ଧରୁଆ, ଧନମଣି କଟା, ତାରାଚନ ମାଝୀ, କପୁର ଦଳପତି, ମୁକେଶ କଟା, ନମିଶ ପଟ୍ଟନାୟକ, ଦିଗାମ୍ବର ବେମାଲ, ଭକ୍ତିରାମ ପୋଢ଼, ଚିନ୍ତାମଣି ଚଣ୍ଡି, ମହେନ୍ଦ୍ର ଧରୁଆ,ପ୍ରମୁଖ ଗଣମାଧ୍ୟମ ଆଗରେ ଠିକା ସଂସ୍ଥା ଓ ବିଭାଗ ପ୍ରତି କ୍ଷୋଭ ପ୍ରକାଶ କରିଛନ୍ତି l ଏନେଇ କନିଷ୍ଠ ଯନ୍ତ୍ରୀ ସୁରେଶ ବରିହା ଙ୍କୁ ପଚାରିବାରୁ କାମ ଚାଲୁ ରହିଛି, ବାଲି ଓ ଡଷ୍ଟ ପକା ଯାଉଛି କିଛି ଦିନ ସାମଗ୍ରୀ ର ଅଭାବ ଦେଖା ଯାଉଥିଲା, ବର୍ଷା ଦିନ କୁ ଗୁରୁତ୍ୱ ଦେଇ ଶୀଘ୍ର କାମ ସାରିବା ପାଇଁ ଠିକା ସଂସ୍ଥା କୁ ନିର୍ଦେଶ ଦେଉଛି ବୋଲି କହିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.