ସୁବର୍ଣ୍ଣପୁର ଜିଲ୍ଲାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସମ୍ବର୍ଦ୍ଧନା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ପହଞ୍ଚି ଡୁଙ୍ଗୁରିପାଲି ବ୍ଲକ ପରିଦର୍ଶନ କରିବା ସହ ସେଠାରେ ବିଭିନ୍ନ ସଂଗଠନ ତଥା ଦଳୀୟ କର୍ମୀଙ୍କ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ। ତାଙ୍କ ସହ ତାଙ୍କ ପତ୍ନୀ ତଥା ସାଂସଦ ସଙ୍ଗୀତା ସିଂଦେଓ ଓ ଝିଅ ନିବୃତି କୁମାରୀ ମେୱାରଙ୍କୁ ମଧ୍ୟ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ପରେ ବିନିକା ଓ ସୋନପୁର ଗସ୍ତରେ ଆସି ଦଳୀୟ କର୍ମକର୍ତା ଓ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ବିଭିନ୍ନ ସଙ୍ଗଠନ ର କର୍ମକର୍ତ୍ତାଙ୍କୁ ଭେଟି ନିର୍ବାଚନ ସମୟର ସବୁ ପ୍ରତିଶୁତିକୁ ନିଶ୍ଚୟ ପାଳନ କରିବୁ ବୋଲି କହିବା ସହ ବର୍ତ୍ତମାନ ସରକାର ବଦଳିଛି ଏବେ ଲୋକଙ୍କ ସରକାର ଚାଲିବ ବୋଲି କହିଥିଲେ ଶ୍ରୀ ସିଂଦେଓ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନିର୍ବାଚନରେ ବିଜୟ ଓ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ଶ୍ରୀ ସିଂହଦେଓଙ୍କ ଏହା ସୁବର୍ଣ୍ଣପୁର ଜିଲ୍ଲାକୁ ପ୍ରଥମ ଗସ୍ତ ହୋଇଥିବା ବେଳେ ସାଧାରଣ ଜନତା ଓ ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ସୋନପୁର ଟାଉନହଲ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମଧ୍ୟ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କ ସ୍ତ୍ରୀ ତଥା ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ, ଝିଅ ନିବୃତ୍ତି କୁମାରୀ ସିଂଦେଓ,  ଜିଲ୍ଲା ସଭାପତି ପ୍ରମୋଦ କୁମାର ମହାପାତ୍ରଙ୍କ ସହ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.