ଓଡିଆ ବାର୍ତ୍ତା/ କଟକ: ସାଂସ୍କୃତିକ ତଥା ସାମାଜିକ ସଂଗଠନ ସରସ୍ୱତୀ କଳା ପରିଷଦ କନ୍ଦରପୁର, ସଂଯୁକ୍ତା ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ସୋଗଲ ଓ ପ୍ରେମଲତା ଚାରିଟେବୁଲ ଟ୍ରଷ୍ଟ ଆଳି ପକ୍ଷରୁ କଟକ ସଦର ଏବଂ ବାରଙ୍ଗ ବ୍ଲକ୍ ସ୍ତରୀୟ ମାଟ୍ରିକ ଉତ୍ତୀର୍ଣ୍ଣ ମେଧା ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ସମାରୋହ ଫୁଲ ମା’ ମାର୍କେଟ କମ୍ପ୍ଲେକ୍ସ କନ୍ଦରପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ୬୦ ରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀଙ୍କୁ ମେଧାବୀ ପ୍ରତିଭା ସମ୍ମାନ -୨୦୨୬ ପ୍ରଦାନ କରାଯାଇ ସମ୍ୱର୍ଦ୍ଧିତ କରାଯାଇଥିଲା।





