ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲାରେ ୨୦୦୨ ରେ ଗଠିତ ରାଇଫଲ୍ସ ଏସୋସିଏସନ୍ ଏହାର ବାଇ ଲ ଅନୁଯାୟୀ ପୂର୍ବ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ସମାପନ ହୋଇ ଯାଇଥିବାରୁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ଏଥିପାଇଁ ଶନିବାର ପୁର୍ବାହ୍ନ ୧୦.୩୦ ସମୟରେ ଭାରତ ଭୂଷଣ ଦେଓଙ୍କ ସଭାତିତ୍ବରେ କଳାହାଣ୍ଡି ରାଇଫଲ ଏସୋସିଏସନ୍ ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କର୍ମକର୍ତ୍ତା ସୁନୀଲ କୁମାର ବେହେରା ଉପସ୍ଥିତ ରହି ସମସ୍ତଙ୍କୁ ସ୍ୱାଗତ କରିଥିଲେ। ସୁରେନ୍ଦ୍ର ପ୍ରସାଦ ନେଗୀ ଆଗାମୀ ଦିନର କାର୍ଯ୍ୟ ପନ୍ଥା ଉପରେ ଅବଗତ କରାଇ ଥିଲେ। ବିଭିନ୍ନ ବିଷୟ ଉପରେ ଆଲୋଚନା ପରେ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଚୟନ ଭିତ୍ତିରେ ସର୍ବସମ୍ମତି କ୍ରମେ ସଭାପତି ଭାବରେ ଭାରତ ଭୂଷଣ ଦେଓ, ଉପସଭାପତି ଭାବରେ ଅଜୟ କୁମାର ମିଶ୍ର ଓ ସୁନୀଲ କୁମାର ବେହେରା, ସେହିଭଳି ସଂପାଦକ ଭାବରେ ପ୍ରଦୀପ କୁମାର ଦାସ, ଯୁଗ୍ମ ସଂପାଦକ ଭାବରେ ପ୍ରଭୁପାଦ ପ୍ରଧାନ ଓ କୋଷାଧକ୍ଷ ପଦବୀ ପାଇଁ ମହେନ୍ଦ୍ର କୁମାର ପଣ୍ଡାଙ୍କୁ ଚୟନ କରାଯାଇଛି। ଏସୋସିଏସନର ସଭ୍ୟ ଭାବରେ ସୁରେନ୍ଦ୍ର ପ୍ରସାଦ ନେଗି, ଅରବିନ୍ଦ ସାହୁ, ସଞ୍ଜୟ କୁମାର ମିଶ୍ର, ଅରିହନ୍ତ ଜୈନ, ରବୀନ୍ଦ୍ର କୁମାର ମିଶ୍ର, ଭୀମସେନ ସାହୁ, ଶମ୍ଭୁ ପ୍ରସାଦ ରାଉତ ଓ ଅଶ୍ୱିନ କୁମାର ସାହୁ ଙ୍କୁ ମନୋନୀତ କରଯାଇଥିଲା। ଏସୋସିଏସନ ର ଉନ୍ନତି ଓ ସୁ ପରିଚାଳନା ନିମନ୍ତେ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗ ରହିବ ବୋଲି ସଭାପତି ସମସ୍ତଙ୍କୁ ଅନୁରୋଧ କରିଥିଲେ। ଶେଷରେ ନବ ନିର୍ବାଚିତ ସଂପାଦକ ପ୍ରଦୀପ କୁମାର ଦାସ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।





