ଆଦର୍ଶ ନାରୀ ପ୍ରତିଭା ଦମୟନ୍ତୀ ତ୍ରିପାଠୀଙ୍କ ଅକାଳ ବିୟୋଗ: ୪୨ ମୌଜାରେ ଶୋକ 

ଓଡିଆ ବାର୍ତ୍ତା/କଟକ: ୪୨ ମୌଜା ଭାରଗୋଳ ନିବାସୀ ତଥା ଶ୍ରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶିକ୍ଷାବିତ୍ ବିଶ୍ୱରଞ୍ଜନ ତ୍ରିପାଠୀଙ୍କ ଧର୍ମପତ୍ନୀ ଦମୟନ୍ତୀ ତ୍ରିପାଠୀ(୩୯)ଙ୍କ ଦେହାନ୍ତ ହୋଇଛି। ଦମୟନ୍ତୀଙ୍କ ଅକାଳ ବିୟୋଗରେ ସମଗ୍ର ୪୨ ମୌଜା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ସମାଜସେବୀ, ପରୋପକାରୀ, ଧର୍ମପରାୟଣ, ସୁଗୃହିଣୀ, ମେଳାପି, କର୍ମଠ ତଥା ଆଦର୍ଶ ନାରୀ ପ୍ରତିଭା ରୂପେ ସର୍ବଜନ ବିଦିତ ଥିଲେ। ପୁତ୍ର ସାଇ ଅଭିମାନ ତ୍ରିପାଠୀ ମୁଖାଗ୍ନି ଦେଇଥିଲେ। ମୃତ୍ୟୁ ସମୟରେ ବଡ଼ଭାଇ ବିଶ୍ଵଜୀବନ ତ୍ରିପାଠୀ, ପୁତୁରା ଅଭିଜିତ୍ ତ୍ରିପାଠୀ, ଅରିଜିତ୍ ତ୍ରିପାଠୀ, ବିଶିଷ୍ଟ ଶିକ୍ଷାବିତ୍ ସୁମିତା ଦେବତା, ସାମାଜିକ କର୍ମୀ ରବିନ୍ଦ୍ର ଦେବତା ପ୍ରମୁଖ ଉପସ୍ଥିତ ଥିଲେ। ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଗ୍ରାମବାସୀ ମୃତକଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.