ତୃଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ଓ ନୂତନ ଭାଷା ନୀତି ବାତିଲ ଦାବି: ରଘୁନାଥପୁର ବିଡ଼ିଓଙ୍କୁ ସ୍ମାରକପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ରଘୁନାଥପୁର (ଜଗନ୍ନାଥ ଆଚାର୍ଯ୍ୟ): ତୃଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ସରକାରୀ ନିର୍ଦ୍ଦେଶାନାମା ଜାରି, ଚଳିତବର୍ଷ ପୁରୁଣା ଵହିରେ ପାଠପଢ଼ାଇଵା ପାଇଁ କାର୍ଯ୍ୟକାରି ପଦକ୍ଷେପ ଗ୍ରହଣ, ଅବୈଜ୍ଞାନିକ ଭାଷା ନୀତିକୁ ତୁରନ୍ତ ପ୍ରତ୍ୟାହାର, ଆସନ୍ତା ଶିକ୍ଷାବର୍ଷ ଲାଗି ଅବିଳମ୍ବେ ଗଣତାନ୍ତ୍ରିକ ପଦ୍ଧତିରେ ବିଷୟ ଭିତ୍ତିକ ବିଶେଷଜ୍ଞ ଳଙ୍କୁ ନେଇ କମିଟି ଗଠନ କରି ବିଜ୍ଞାନ ସମ୍ମତ ତୃଟି ମୁକ୍ତ ପାଠ୍ୟ ପୁସ୍ତକ ଯୋଗାଇ ଦେବା ଓ ଏନ୍ ଇ ପି ୨୦୨୦ କୁ ସମ୍ପୂର୍ଣ୍ଣ ବାତିଲ କରିବା ଆଦି ୫ ଦଫା ଦାବିରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ରଘୁନାଥପୁର ବିଡ଼ିଓଙ୍କୁ ପ୍ରଦାନ କରିଯାଇଛି। ସଂଗଠନର ସଂଗଠିକା ପ୍ରମୋଦିନୀ ମିଶ୍ର, ଜିଲ୍ଲା ସମ୍ପାଦକ ସୁବାସ ସ୍ବାଇଁ, ସାମ୍ବାଦିକ ଦେବେନ୍ଦ୍ରନାଥ ସେଠୀ, ସୁଶାନ୍ତ ସିଂ, ଅକ୍ଷୟ କୁମାର ସିଂହ, ମହମ୍ମଦ ଆସଲାମ, ଦେବେନ୍ଦ୍ର ସିଂ, ଲକ୍ଷ୍ମଣ ସିଂ, ଵାପୁନା ସିଂ ପ୍ରମୁଖ ରଘୁନାଥ ପୁର ବ୍ଳକ ଅଫିସ୍ ରେ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ ଓ ବିଭିନ୍ନ ତୃଟି ଓ ତୃଟି ଜନିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.