ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼: ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ର ଏନ୍ ଏସ୍ ଏସ୍ କୋ-ୟୁନିଟ୍ ଦ୍ୱାରା ବନ ମହୋତ୍ସବ ସପ୍ତାହ- ୨୦୨୬ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ନିମାଇଁ ଚରଣ ପାତ୍ର ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଏନ୍ ଏସ୍ ଏସ୍ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ମହାବିଦ୍ୟାଳୟ ପରିସରରେ ୩୦ ଗୋଟି ଚାରା ରୋପଣ କରାଯାଇଥିଲା । ଆହୁରି ୭୧ ଗୋଟି ଚାରା ପୋଷ୍ୟ ଗ୍ରାମ ଗମ୍ଭାରୀଗୁଡ଼ା ଓ କଲେଜ୍ ପରିସରରେ ରୋପଣ କରାଯିବ ବୋଲି ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଗଣପତି ବାଗ ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ଦେବ ରାଜଗଣ୍ଡ, ମାନସ ନାଏକ, ଦୀନବନ୍ଧୁ ବାଗ, ସଦୟ ପଧାନ, ଡ. ରାଜେଶ ସାହୁ, ଲିପୁଚନ୍ଦ୍ର ସାହୁ, ତାପସ ଭୋଇ, ଖେଳ ଶିକ୍ଷକ ଅଭୟ ବାଗ, ମାଧବ ଲହଜଲ ଏବଂ ଅଧ୍ୟାପିକା ସୁଚରିତା ଜେନା, ନିବେଦିତା ଡାକୁଆ, ବିଥିକା ଠାକୁର ପ୍ରମୁଖ ଉପସ୍ଥିତ ରହି ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏନ୍ ଏସ୍ ଏସ୍ ସ୍ୱେଚ୍ଛାସେବୀ ଠଣ ସୁନ୍ଦର ନାଏକ, ଶୁଭମ ପଟେଲ, ଧନଞ୍ଜୟ ନାଏକ ସହଯୋଗ କରିଥିଲେ ।






