ପ୍ରଧାନଶିକ୍ଷକ ତ୍ରିବିକ୍ରମ ଷଡ଼ଙ୍ଗୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବୁରାଟ କ୍ଲଷ୍ଟର ତରଫ ରୁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିବିକ୍ରମଷଡ଼ଙ୍ଗୀ ଙ୍କୁ ଘଣ୍ଟମାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ବୁରାଟ୍ କ୍ଲଷ୍ଟର CRCC ଶ୍ରବଣକୁମାର ରଥ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୂଖ୍ୟ ଅତିଥି ଭାବରେ ନର୍ଲା ଅତିରିକ୍ତ ଗୋଷ୍ଠୀଶିକ୍ଷାଅଧିକାରୀ ତଥା BRCC ଗୋବର୍ଦ୍ଧନ ମାଝୀ ଯୋଗ ଦେଇଥିବା ବେଳେ ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା, ଶଙ୍କରମାଲ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସରୋଜ କୁମାର ବେହେରା, ଘଣ୍ଟମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଜିତ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ବୁରାଟ କେନ୍ଦ୍ର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

ବିଦାୟୀ ପ୍ରଧାନ ଶିକ୍ଷକ ଙ୍କ ସହ କଟାଇଥିବା ଅନେକ କର୍ମ ମୟ ମୁହୂର୍ତ୍ତ କୁ ମନେ ପକାଇ ସେ କିପରି ଶାନ୍ତ, ଶିଷ୍ଟ,ଭଦ୍ର, ନମ୍ର, ସ୍ୱଭାବର ତଥା ଜଣେ ସମୟାନୁବର୍ତ୍ତିତା,ଛାତ୍ର ବତ୍ସଳ ଶିକ୍ଷକ ଭାବରେ ୨୬ବର୍ଷ ଧରି ଘଣ୍ଟମାଲ ବିଦ୍ୟାଳୟ ରେ ନିରବଚ୍ଛିନ୍ନ ଭାବରେ ଶିକ୍ଷକତା କରୁଥିଲେ ସେ ବିଷୟରେ ଶିକ୍ଷକ ଋତୁରାଜ ରଣା, କ୍ଷିତିଶ ଚନ୍ଦ୍ର ମାଝୀ, ସଂତୋଷିନି ମାଝୀ, ଉମାକାନ୍ତି ନାଗ , ସୁଜିତ୍ ପଣ୍ଡା ପ୍ରମୁଖ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ଅତିଥି ମାନେ ମଧ୍ୟ ତାଙ୍କର ସୁଗୁଣ ବିଷୟରେ, ସେ CRCC ଥିବା ବେଳେ କିପରି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହ ସୁ ସମ୍ପର୍କ ରଖି କାର୍ଯ୍ୟ କରୁଥିଲେ ତାହା ବର୍ଣ୍ଣନା କରିଥିଲେ।

ଶେଷରେ ଶ୍ରୀ ଷଡ଼ଙ୍ଗୀ ତାଙ୍କର ଚାକିରୀ ଜୀବନ ର ସୁଖ ଦୁଃଖ ର ମୁହୂର୍ତ୍ତ କୁ ସମସ୍ତଙ୍କ ସମ୍ମୁଖରେ ଆଲୋଚନା କରିଥିଲେ। ସମୟାନୁବର୍ତ୍ତିତା ଓ ସଚ୍ଚୋଟତା ହିଁ ଜଣେ ଶିକ୍ଷକ ଙ୍କ ମୂଳ ଧର୍ମ ବୋଲି କହିଥିଲେ।ପରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ତରଫରୁ ଉପଢ଼ୌକନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚ ପରିଚାଳନା ଶିକ୍ଷକ ନେପାଳ ଚନ୍ଦ୍ର ବିଶ୍ବାଳ କରିଥିବା ବେଳେ ଶିକ୍ଷକ ବିମଳ ଦୀପ, ପ୍ୟାରୀ ମୋହନ ଚମ୍ପତ୍ତି, ଜୟଶ୍ରୀ ଗୋଚ୍ଛାୟତ, ରେଖା ଖେତାନ, ବବିତା ଦାସ, ସୁଜାତା ଦାସ, ରଞ୍ଜୁଲତା ସାହୁ,ପୁରୁଷୋତ୍ତମ ପାତ୍ର, ଲିଙ୍ଗରାଜ ହାତୀ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.