କାସିବାହାଲ ମଣ୍ଡିରେ ଗମ୍ଭିର ସ୍ଥିତି: ମୋଟୋର ପମ୍ପ୍ ଦ୍ୱାରା ପାଣି ନିଷ୍କାସନ କଲେ ଚାଷୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶୀବାହାଲ ଧାନ ମଣ୍ଡିରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ମଣ୍ଡିରେ ଚାଷୀଙ୍କ ପ୍ରାୟ ୨୮ ଶହ କୁଇଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡ଼ି ରହିଥିବା ବେଳେ ମୌସୁମୀ ବର୍ଷା ଯୋଗୁଁ ଧାନ ସବୁ ଭିଜି ଯାଇଛି। ଏଣେ ୩ ତାରିଖରେ ମଣ୍ଡି ସରିଥିବା ପରେ ମଧ୍ୟ ଚାଷୀଙ୍କ ଧାନ କୁ ପରଚେଜ୍ କରାଯାଇ ଛାଡ଼ି ଦିଆଯାଇଛି। ଏପଟେ କୋକସରା ବ୍ଲକରେ ଗତ ୩ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବାରୁ ମଣ୍ଡି ଗୁଡିକରେ ଧାନ ସବୁ ଭିଜିବାରେ ଲାଗାଛି। କାଶୀବାହାଲା ଧାନ ମଣ୍ଡିରେ ବର୍ଷା ପାଣି ଜମି ରହିଥିବାରୁ ଚାଷୀ ମାନେ ଏକ ମୋଟର ପମ୍ପ୍ ସାହାଯ୍ୟରେ ପାଣି ନିଷ୍କାସନ କରି ନିଜର କଷ୍ଟ ଉପାର୍ଜିତ ଧାନକୁ ସୁରକ୍ଷା ଦେଇଥିବା ଦେଖିବାକୁ ମିଳିଛି। ଚାଷୀମାନେ ମାସ ମାସ ଧରି ଧାନ ବିକ୍ରି ପାଇଁ ମଣ୍ଡିକୁ ଆଣି ବିକ୍ରୀ କରି ନପାରି ଘୋର ସଂକଟରେ। ଏଣେ କେବେ ସୁଦ୍ଧା ଧାନ ଉଠାଣ ହେବ ଓ ଚାଷୀ ଖରିଫ୍ ଚାଷ କେମିତି ଆରମ୍ଭ କରିବେ ସେନେଇ ଚିନ୍ତାରେ ପଡି ଯାଇଛନ୍ତି। ତେଣୁ ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଧାନ ଉଠାଇବା ସହ ଚାଷୀଙ୍କ ସମସ୍ୟାର ସମାଧାନ କରୁ ବୋଲି ସେମାନେ ଦାବି କରିଛନ୍ତି। ଏ ବିଷୟରେ କାଶୀବାହାଲ ପେକ୍ସ ସମ୍ପାଦକୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.