ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ବ୍ରଜବିହାର ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କୁଞ୍ଜବିହାରୀ ଦାଶଙ୍କ ତତ୍ୱାବଧାନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା କ୍ରୀଡା ଅଧିକାରୀ ରୂପସିଂ ରାଉତ, ଦକ୍ଷିଣ ସମ୍ଭାଗ ସମ୍ପାଦକ ଦୁଷ୍ମନ୍ତ ରଥ, ଦକ୍ଷିଣ ସମ୍ଭାଗ ସଂଯୋଜକ ସୁକାନ୍ତ କୁମାର ବେହେରା, କଳାହାଣ୍ଡି ବିଭାଗ ନିରୀକ୍ଷକ ବିପିନ ବିହାରୀ ମିଶ୍ର ଯୋଗ ଦେଇଥିଲେ। ବିଦ୍ୟାଳୟର ଗୁରଜୀ ଗୁରୁମା, ଏନସିସି ଏବଂ ଅନ୍ୟ ଭାଇଭଉଣୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।