ବିଜୁ ଏକ୍ସପ୍ରେସୱେରେ ଦୁର୍ଘଟଣା, ଦୁଇ ଗୁରୁତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବିଜୁ ଏକ୍ସପ୍ରେସୱେର କୋକସରା ବ୍ଳକ ଭାଲିଆଯୋର ଛକ ନିକଟରେ କାର ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକରେ ଥିବା ୨ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ କଛାରପଡାର ଚିତ୍ତରଞ୍ଜନ ନାଏକ ଓ ନିଲାମ୍ବର ନାଏକ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ରବିବାର ଚିତ୍ତରଞ୍ଜନ ଓ ନିଲାମ୍ବର ଆମପାଣିକୁ ଦୁଗ୍ଧ ଦେବାକୁ ଯାଇ ନିଜ ଗାଁକୁ ଫେରୁଥିବାବେଳେ ବିଜୁ ଏକ୍ସପ୍ରେସୱେର ଭାଲିଆଯୋର ଛକ ନିକଟରେ ରାସ୍ତା ପାର କରୁଥିବା ସମୟରେ କୋରାପୁଟ ଅଭିମୁଖେ ଯାଉଥିବା ଏକ କାର (ଓଡି୧୭-ଏଏ୯୮୩୨) ନମ୍ବର ଗାଡ଼ି ସେମାନଙ୍କୁ ପଛପଟୁ ପିଟି ଦେଇଥିଲା। ଫଳରେ ସେମାନେ ବାଇକରୁ ଛିଟକି ପଡି ଗୁରୁତର ହୋଇଥିବାବେଳେ କାରଟି ରୋଡ଼ ଡିଭାଇଡରେ ପିଟିହୋଇ ଯାଇଥିଲା। ପରିବାର ଲୋକେ ଚିତ୍ତରଞ୍ଜନ ଓ ନିଲାମ୍ବରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ଜଣାପଡିଛି। ଖବର ପାଇ ଆମପାଣି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣା ଗ୍ରସ୍ତ କାରକୁ ଜବତ କରିଥିବା ଥାନା ଅଧିକାରୀ ଗଙ୍ଗାଧର ମେହେର ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.