ମୁଢିମିଲ ପାଖରୁ ଚୋରୀ ବାଇକ ଉଦ୍ଧାର, ଜଣେ ଗିରଫ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ ବାଇକ ଆରୋହୀ ଜଣକ ମୁଢିକିଣୁ ଥିବା ସମୟରେ ଦୁର୍ବୁତ୍ତ ବାଇକ ଚୋରୀ କରିଥିବା ଘଟଣାରେ ସଇଁତଲା ଥାନାରେ ଲିଖିତ ଏତଲା ଦିଆଯାଇଥିଲା । ଉକ୍ତ ଘଟଣାକୁ ଭିତ୍ତି କରି ଥାନା କେସ ନଂ 325/24 କ୍ରମେ ଭାରତୀୟ ଦଣ୍ଡବିଧି ଆଇନ 303(2) ଅନୁସାରେ ମାମଲା ରୁଜୁ ହୋଇଛି । ଏଥିରେ ଚୋରୀ ବାଇକ ଉଦ୍ଧାର କରିବା ପରେ ଜଣେ ଅଭିଯୁକ୍ତଙ୍କୁ ସଇଁତଲା କୋର୍ଟକୁ ଚାଲାଣ କରାଯାଇଥିଲା କିନ୍ତୁ ଜାମିନ ନାମଞ୍ଜୁର ହେବା ପରେ ଟିଟିଲାଗଡ଼ ଜେଲ ହାଜତକୁ ପଠାଯାଇଛି ।

ଗିରଫ ଅଭିଯୁକ୍ତ ସୁଶୀଲ ରଣା ଓରଫ ଜିତୁ (21) ଶିଶକେଲା ପଞ୍ଚାୟତ ସିଂବାହାଲି ଗାଁର ବୋଲି ଜଣାପଡିଛି । ପ୍ରକାଶ ଯେ, ତେଣ୍ଡିପାଲି ଗାଁର ମନୋଜ ସାହୁ ନିଜ ବାଇକ ନଂ ଓଡି03ଏ 9171 ଯୋଗେ ଭଦ୍ରା ପଞ୍ଚାୟତ ସ୍ଥିତ ନୁଆଁଭଦ୍ରା ପାଖରେ ବାଇକ ଠିଆକରି ମିଲରୁ ମୁଢି କିଣୁଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୁତ୍ତ ଜଣକ ବାଇକକୁ ଚୋରୀ କରି ସିଧା ସଇଁତଲା ନବୀନ ଛକ କୁ ପହଂଚିଥିଲେ । ସେଠାରେ ବିକ୍ରି କରିବା ପାଇଁ ଗ୍ରାହକ ଖୋଜୁଥିବା ଖବର ପାଇଁ ପୋଲିସ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିବା ସହିତ ଚୋରୀ ବାଇକ କୁ ମଧ୍ୟ ଉଦ୍ଧାର କରିଛି । ଏହାପରେ ପୋଲିସ ଅଭିଯୁକ୍ତ ସୁଶୀଲଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରି କୋର୍ଟ ଚାଲାଣ କରିଥିଲା । ସଇଁତଲା ଆଇଆଇସି ସୁଶାନ୍ତ କୁମାର ପ୍ରଧାନ ଘଟଣାର ଅଧିକ ତଦନ୍ତ ଜାରୀ ରଖିଥିବା ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.