ଶିକ୍ଷକ ବଦଳିକୁ ବାତିଲ ଘଟଣା: ହେଲାନାହିଁ ସମାଧାନ, ତୃତୀୟ ଦିନରେ ମଧ୍ୟ ତାଲାବନ୍ଦ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଜୁ୍ରାବନ୍ଧ ପଞ୍ଚାୟତ ସ୍ଥିତ କେଓମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କୁ ବଦଳି ବାତିଲ ଘଟଣାକୁ ନେଇ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକ ତରଫରୁ ବିଦ୍ୟାଳୟ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ ଜାରୀ ରଖିଥିବା ବେଳେ ଏହାର ତୃତୀୟ ଦିନରେ ସଇଁତଲା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କ ତତ୍ତ୍ୱବଧାନରେ ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, ସିଆରସିସି ମନ୍ଦର ଦୀପ, ଶମ୍ଭୁ ପ୍ରସାଦ ନାଏକ, ଜୟ ଶଙ୍କର ଶତପଥି ଓ ବରିଷ୍ଠ କିରାଣୀ ଅଶୋକ ସାମନ୍ତରାୟ ପ୍ରମୁଖ ଘଟଣାସ୍ଥଳକୁ ପହଂଚି ଆନ୍ଦୋଳନକାରୀମାନଙ୍କୁ ବୁଝାସୁଜା କରିଥିଲେ । କିନ୍ତୁ କମିଟିର ଜିଦ ଯୋଗୁଁ କୋଣସି ସଫଳ ହୋଇ ନାହିଁ । ଏଥିରେ ଶିକ୍ଷା ବିଭାଗର ବରିଷ୍ଠ କିରାଣୀ ଶ୍ରୀ ସାମନ୍ତରାୟ ଅଭିଭାବକମାନଙ୍କୁ ଦୁର୍ବ୍ୟବହାର ଦେବା ସହ ନାଲିଆଖି ଦେଖାଇ ଧମକ ଦେଇଥିଲେ ବୋଲି ଅଭିଭାବକମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଉକ୍ତ ଘଟଣା ସମ୍ପର୍କରେ ବଲାଙ୍ଗୀର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟି ଘଟଣା ବିଷୟରେ ଜଣାଇବୁ ବୋଲି କମିଟି ସଭାପତି ଯଶୋବନ୍ତ ପ୍ରଧାନ ପ୍ରକାଶ କରିଛନ୍ତି । ଯାହାଫଳରେ ଅଭିଭାବକ ଓ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ କୁହୁଳୁଛି । ତେବେ ଶିକ୍ଷକଙ୍କୁ ସ୍କୁଲରେ ପୁନଃ ଅବସ୍ଥାପିତ କରା ନ ଯିବା ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ଖୋଲାଯିବ ନାହିଁ ବୋଲି କମିଟି ଚେତାବନୀ ଦେଇଛନ୍ତି ।

ପ୍ରକାଶ ଯେ, ଏହି ବିଦ୍ୟାଳୟରେ ୮ଟି ଶ୍ରେଣୀ ରହିଥିବା ବେଳେ ୮୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । କିନ୍ତୁ ପ୍ରଧାନ ଶିକ୍ଷକ ସମେତ 3 ଜଣ ଶିକ୍ଷକ ରହିଥିବା ଜଣାପଡିଛି । ଏହି ବିଦ୍ୟାଳୟରେ ଥିବା ବିଜ୍ଞାନ ଶିକ୍ଷକ ବିଜୟ ସୁନାଙ୍କୁ ଅନ୍ୟ ଏକ ବିଦ୍ୟାଳୟକୁ ବଦଳି ହେବା ଯୋଗୁଁ ଗତ ୩ ଦିନ ହେଲା ପାଠପଢ଼ାରେ ବାଧାପ୍ରାପ୍ତ ଦେଖାଦେଇଛି । ଏ ନେଇ ପୂର୍ଵରୁ ପରିଚାଳନା କମିଟି ତରଫରୁ ବ୍ଲକ ଶିକ୍ଷା ବିଭାଗଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୋଣସି ପ୍ରକାଶ ପଦକ୍ଷେପ ଗ୍ରହଣ କରି ନ ଥିଲେ । ଏହି ଆନ୍ଦୋଳନରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯଶୋବନ୍ତ ପଧାନ, ସଭ୍ୟ ଡିଙ୍ଗର ଭୋଇ, ଭେଳାରାମ ଧରୁଆ, ସୁରୁସିଂ ମାଝୀ, ଚତୁର୍ଭୁଜ ମାଝୀ, ମଛିନ୍ଦ୍ର ନନ୍ଦ, ହର ମାଝୀ, ବସନ୍ତ ଭୋଇ, ଗିରେସୀ କୁଅର, ଲୋଚନ ନାଗ, ବେନ୍ୟାବିନ ନନ୍ଦ, ୱାର୍ଡ ସଭ୍ୟ ସିଦ୍ଧେଶ୍ଵର ତାଣ୍ଡି ପ୍ରମୁଖ ସାମିଲ ହୋଇଥିଲେ । ଏ ନେଇ ବିଇଓ ଶ୍ରୀ ଭୋଇଙ୍କୁ ପଚାରିବାରୁ ସମାଧାନ ହେଲା ନାହିଁ । ପୁଣି ଉକ୍ତ ଶିକ୍ଷକଙ୍କୁ ନିଯୁକ୍ତି କରାଯାଉ ବୋଲି କମିଟି ଜିଦ ଧରିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଅଧିକାରୀଙ୍କୁ ଜଣାଇବୁ ଓ କୋଣସି ଅଧିକାରୀ ନାଲି ଆଖି କିମ୍ବା ଧମକ ଦୁର୍ବ୍ୟବହାର ଦେଇ ନ ଥିବା ପ୍ରକାଶ କରିଛନ୍ତି । ଏପଟେ ବିଜ୍ଞାନ ଶିକ୍ଷକଙ୍କୁ ପୁନଃ ଅବସ୍ଥାପିତ କରା ନ ଗଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ପରିଚାଳନା କମିଟି ଓ ଅଭିଭାବକମାନେ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.