ତାରା ତାରିଣୀ ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ସିମାଞ୍ଚଳ ପଟ୍ଟନାୟକଙ୍କୁ ବିଦାୟ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଆଜି ପୁରୁଷୋତ୍ତମପୁର ସହରରେ ଥିବା ତାରା ତାରିଣୀ ମହା ବିଦ୍ୟାଳୟ ର ପରିଚାଳନା ପରିଷଦର ସଭାପତି ବାସୁଦେବ ମହାପାତ୍ରଙ୍କ ସଭାପତିତ୍ୱରେ ଅଧକ୍ଷ ଡ଼ଃ ସିମଞ୍ଚଳ ପଟନାୟକ ଙ୍କୁ ବିଦାୟସମ୍ବର୍ଦ୍ଧନାଡିଆଯାଇଛି | ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନୂତନ ଭାବେ ଅଧକ୍ଷ ଦାୟିତ୍ୱ ନେଇଥିବା ବରିଷ୍ଟ ଅଧ୍ୟାପକ ଡ଼ଃ ସୁରେନ୍ଦ୍ର ନାଥ ପଣ୍ଡା, ଅନ୍ୟତମ ଅତିଥି ଭାବେ ଅବସର ପ୍ରାପ୍ତ ଏଜୁକେସନ ଅଧ୍ୟାପିକା ଡ଼ଃ ଗାୟତ୍ରୀ କୁମାର ଦାଶ, ଗୃହ ବିଜ୍ଞାନ ଆଧ୍ୟାପିକା ଡ଼ଃ ସନ୍ଧ୍ୟା ରାଣୀ ପାତ୍ର, ଓଡ଼ିଆ ଅଧ୍ୟାପକତଥା ମହାବିଦ୍ୟାଳୟ କର୍ମଚାରୀ ପରିଷଦର ସମ୍ପାଦକଡ଼ଃରମେଶଚନ୍ଦ୍ର ସେନାପତି, ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଡ଼ଃ ପ୍ରଦୀପ କୁମାର ସାହୁ ପ୍ରମୁଖ ମଞ୍ଚାସିନ ରହିଥିଲେ | ଏମାନଙ୍କ ବ୍ୟତୀତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଓ କଲେଜ ଷ୍ଟାଫ ମାନେ ଉପସ୍ଥିତ ରହି ଅଧକ୍ଷ ଙ୍କ କାର୍ଯ୍ୟକାଳ ର ସ୍ମୃତି ଚାରଣ କରିଥିଲେ | କାର୍ଯ୍ୟକ୍ରମ ଆରମ୍ଭ ରେ ଅଧ୍ୟାପକ ଡ଼ଃ ପ୍ରବୀର କେଶରୀ ପ୍ରଧାନ ପ୍ରାରମ୍ଭିକ ସଙ୍ଗିତ ଗାନ କରିଥିଲେ |

Omkar Vasthu
Omkar Vasthu

ଡ଼ଃ ସିମାଞ୍ଚକ ପଟନାୟକ1989 ମସିହାରେ ଏହି ମହାବିଦ୍ୟାଳୟ ରେ ପଦାର୍ଥ ବିଜ୍ଞାନ ର ଅଧ୍ୟାପକ ଭାବେ ଜଏନ କରିଥିଲେ | ଦୀର୍ଘ31ବର୍ଷଅଧ୍ୟାପକରହିବାପରେ 2019 ଅଗଷ୍ଟ 31 ତାରିଖ ରେ କଲେଜର ପୂର୍ବତନ ଅଧକ୍ଷ ଡ଼ଃ ବିଘ୍ନ ରାଜପଟନାୟଜଙ୍କ ଅବସର ପରେ ସେହି ଦିନ ଡ଼ଃ ସିମାଞ୍ଚଳ ପଟନାୟକ ଅଧକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ | ଏବଂ ସେହି ଦିନ ଠାରୁ ଆରମ୍ଭ କରି ଦୀର୍ଘ 5ବର୍ଷ ହେଲା ଅଧକ୍ଷ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନା କରିଥିଲେ | ତେବେ ନିଜର କର୍ତ୍ତବ୍ୟ ନିଷ୍ଟ, ସମୟନୁ ବର୍ତ୍ତିତା, ଓ ସହଯୋଗୀତା ସମ ଭାବା ପର୍ଣ୍ଣ ହୋଇ ସବୁ ଆଧ୍ୟାପକ, ଅଧ୍ୟାପିକା ମାନଙ୍କ ସହିତ ଉତ୍ତମ ସୁସମ୍ପର୍କ, ଭଲ ବ୍ୟବହାର, ଏବଂ ସ୍ୱଚ୍ଛ ଅନୁଶାସନ ଯୋଗୁଁ କଲେଜ ରେ ବିଶୃଙ୍ଖଳିତ ଛାତ୍ର, ଛାତ୍ରୀ ମାନଙ୍କୁ ମିଷ୍ଟ କଥା କହି, କୁସଂସ୍କାର ରୁ ଦୁରେଇ ଦେଇଥିଲା ବେଳେଜଣେ ଅଧକ୍ଷ ଭାବେ ନୁହଁ ବରଂପିତାର ସ୍ନେହ ଦେଇ ନିଜର ସନ୍ତାନ ସ୍ୱରୂପ ସେମାନଙ୍କୁ ସବୁ କ୍ଷେତ୍ରରେ ସବୁ ସମୟରେ ସହଯୋଗ ର ହାତ ବଢ଼େଇ ନିଜର କର୍ତ୍ତବ୍ୟ ନିଭାଇ ଥିଲେ | କଲେଜ କିପରି ଆଗକୁ ବଢିବ ଏବଂ ପିଲାମାନଙ୍କୁ ଠିକ ଶିକ୍ଷା ପ୍ରଦାନ କରା ଯାଇ ପାରିବ ସେଥିପାଇଁ ସେ ଅହରହ ଉଦ୍ୟମ କରିଆସୁଥିଲେ | ତାଙ୍କର ଉପସ୍ଥିତ ବିଚକ୍ଷଣ ବୁଦ୍ଧିକୁ ପ୍ରୟୋଗ କରି ସବୁ କ୍ଷେତ୍ରରେ ସଫଳ ହୋଇଥିଲେ | ତାଙ୍କର ଏହି ପରିଚାଳନା ଦକ୍ଷତା ଯୋଗୁଁ ଏବଂ ସମସ୍ତ ଷ୍ଟାଫ ଙ୍କ ସହଯୋଗ ଯୋଗୁଁ ଆଜି ତାରା ତାରିଣୀ ମହାବିଦ୍ୟାଳୟ ଓଡ଼ିଶାର ସବୁଠାରୁ ଶ୍ରେଷ୍ଠ ମହାବିଦ୍ୟାଳୟ ସହିତ ଏଠାର ଛାତ୍ର, ଛାତ୍ରୀ ମାନେ ରିଜଲ୍ଟରେ ସମାନତା ଆଣି ପାରୁଛନ୍ତି | ସେଥିପାଇଁ ଛାତ୍ର, ଛାତ୍ରୀଙ୍କ ଯେଉଁ ପ୍ରଚେଷ୍ଟା, ଶିକ୍ଷକ ଶିକ୍ଷୟତ୍ରୀ, ଆଧ୍ୟାପକ , ଅଧ୍ୟା ପିକା ମାନଙ୍କ ଯେଉଁ ନିଷ୍ଠା ଏବଂ ଅଧକ୍ଷ ଙ୍କ ଯେଉଁ କର୍ତ୍ତବ୍ୟ ନିଷ୍ଟ ତା ଆଜି ଗଞ୍ଜାମ ଜିଲ୍ଲା ନୁହଁ ଓଡ଼ିଶାରେ ମଧ୍ୟ ନାଁ ରଖି ବାରେ ସମର୍ଥ ହୋଇ ପାରିଛି | ଆଜି ସେହି ଅଧକ୍ଷ ଡ଼ଃ ସିମାଞ୍ଚଳ ପଟନାୟକଙ୍କ ବିଦାୟ ସମ୍ବର୍ଦ୍ଧନା ଉଚ୍ଚବରେ ସମସ୍ତ ଅଧାପକ, ଅଧ୍ୟାପିକା ଓ,ଷ୍ଟାଫ ମାନେ ତାଙ୍କର ଏହି ପାଞ୍ଚ ବର୍ଷର ନିର୍ଭିକ ଦାୟିତ୍ୱ ଉପରେ ଆଲୋକ ପାତ କରି ଭାବ ବିହ୍ଵକ ହୋଇ ସେମାନଙ୍କ ମତାମତ ପ୍ରଦାନ କରିଥିଲେ | ଶେଷରେ ତାଙ୍କର ଏହି ପ୍ରଶାସନିକ ଦକ୍ଷତା ଓ ପରିଚାଳନା ପାଇଁ ଏହି କଲେଜ ରେ ସେ ସବୁବେକେ ଏକ ଦିଗଦର୍ଶନ ବ୍ୟକ୍ତି ରୂପେ ସମସ୍ତଙ୍କ ମନେ ରହିବେ | ଏହି କଲେଜ ପାଇଁ ତାଙ୍କର ଯେଉଁ ଅବଦାନ ରହିଛି ତାହାକୁ ସବୁବେଳେ ସବୁ ସମୟରେ ଅନ୍ୟ ଅଧକ୍ଷ ମାନେ ଏହାକୁ କିଛି ନୂତନ ଦିଗ ଦର୍ଶନ ଭାବେ ଅନୁସରଣ କରିବେ | ଅଧକ୍ଷ ଡ଼ଃ ସିମାଞ୍ଚଳ ପଟନାୟକ ଙ୍କ ବିଦାୟ ସମ୍ବର୍ଦ୍ଧନା ଉଛବରେ ତାଙ୍କର ଏହି ପାଞ୍ଚ ବର୍ଷ ର ମହାବିଦ୍ୟାଳୟ ର ଅଧକ୍ଷ ଭାବେ ବହୁ ଉର୍ନ୍ନତି କରିଥିଲେ ମଧ୍ୟ ଗୋଟିଏ କଥା ତାଙ୍କର ଅବଶୋଷ ରହିଗଲା ତାହା ହେଉଛି ନାକ ର (ଏ ) ଗ୍ରେଡ଼ ମାନ୍ୟତା ପାଇବା ପାଇଁ କିନ୍ତୁ ବର୍ତମାନ କଲେଜ ( ବି ) ଗ୍ରେଡ଼ ମାନ୍ୟତା ପାଇଛି | କିନ୍ତୁ ଏ ଗ୍ରେଡ଼ ଲାଗି ଚେଷ୍ଟା ସମୟରେ ସେତେବେଳରକରୁଣା ମହାମାରୀ ଯୋଗୁଁ ତାହାସମ୍ଭବ ହୋଇ ପାରିଲା ନାହିଁ ବୋଲି ସେ କ୍ଷବୋର ସହ କହିଥିଲେ |

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏପଟେ ଆଜି ମହାବିଦ୍ୟାଳୟ ର ନୂତନ ଅଧକ୍ଷ ଭାବେ ଦାୟିତ୍ୱ ନେଇଥିବା ବରିଷ୍ଟ ଅଧ୍ୟାପକ ଡ଼ଃ ସୁରେନ୍ଦ୍ର ନାଥ ପଣ୍ଡା ଙ୍କ କହିବା କଥା ସେ କଲେଜର ଗୌରବ ଓ ଗାରିମା କୁ କେବେ ହେଲେ କୌଣସି ସମୟରେ ମଧ୍ୟ ତାଙ୍କରି ସମୟରେ ତଳେ ପକେଇ ଦେବି ନାହିଁ, ଓ ଗଞ୍ଜାମ ଜିଲ୍ଲା ରେ ଏହି ତାରା ତାରିଣୀ ମହାବିଦ୍ୟାଳୟ କୁ ବିଶ୍ୱ ବିଦ୍ୟାଳୟ ସ୍ତରରେ କିପରି ଏକ ଗୁନବତ୍ତା ମହାବିଦ୍ୟାଳୟ ଭାବେ ଗଢ଼ି ତୋଳିବେ ତା ସହିତ କଲେଜ ରେ ସମସ୍ତ ଷ୍ଟାଫ ଙ୍କ ସହିତ ସୁମଧୁର ବ୍ୟବହାର କରି ସମସ୍ତଙ୍କ ସହିତ ସୁସମ୍ପର୍କ ରଖି ପରିଚାଳନା କରିବି ଏବଂ ଛାତ୍ର ଛାତ୍ରୀଙ୍କସବୁ ସମୟରେ ସେମାନଙ୍କୁ ଶିକ୍ଷା କ୍ଷେତ୍ର ରେ ସହଯୋଗ କରିବି ବୋଲି ମତ ଦେଇଛନ୍ତି | ଶେଷରେ ପୂର୍ବତନ ଅଧକ୍ଷ ଙ୍କସହିତ ସମସ୍ତଙ୍କୁ ବିଦାୟ ସମ୍ବର୍ଦନା ଦେଇ କାର୍ଯ୍ୟକ୍ରମ କୁ ଅନ୍ତ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.