ନର୍ଲାରେ ବିଶ୍ଵ ଆଦିବାସୀ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା କନ୍ଧ ସଂସ୍କୃତି ଭବନ ଠାରେ ବିଶ୍ଵ ଆଦିବାସୀ ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ତଥା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକରେ ବିଶ୍ଵ ଆଦିବାସୀ ଦିବସକୁ ନେଇ ଏହାର ରୂପରେଖ ପ୍ରସ୍ତୁତ କରାଯିବା ସହ ଅତିଥିଙ୍କ ତାଲିକା ଓ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ଆଲୋଚନା କରଯାଇଥିଲା।

Omkar Vasthu
Omkar Vasthu

ନର୍ଲା କନ୍ଧ ସଂସ୍କୃତି ଭବନ ଠାରେ ଆସନ୍ତା ଅଗଷ୍ଟ ୯ରେ ଏହି ବିଶ୍ବ ଆଦିବାସୀ ଦିବସ ପାଳନ କରାଯିବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିବା ବେଳେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ କୋକସରାରେ ପାଳନ କରାଯିବ ବୋଲି ସଭାପତି ସମସ୍ତଙ୍କୁ ସୂଚନା ଦେବା ସହ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଆଦିବାସୀ ଯୋଗଦାନ କରିବା ପାଇଁ ସଭାପତି ଅନୁରୋଧ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ପ୍ରସ୍ତୁତି ବୈଠକରେ ନର୍ଲା ଆଦିବାସୀ ସଂଘର ଉପସଭାପତି ବୀରକିଶୋର ମାଝୀ, ସମ୍ପାଦକ ମାୟାଧର ମାଝୀ, କୋଷାଧ୍ୟକ୍ଷ କିଶୋର ମାଝୀ, ଜିଲ୍ଲା ଆଦିବାସୀ ସଂଘ ସମ୍ପାଦକ ଦେବରାଜ ମାଝୀ, ନର୍ଲା ବ୍ଲକ ଆଦିସ୍କନ୍ଦ ସମାଜ ସଭାପତି ଝସକେତନ୍ ମାଝୀ, ଉପଦେଷ୍ଟା ଜୟଲାଲ ମାଝୀ, ବରୁଣ ମାଝୀ, ବିଘ୍ନରାଜ ମାଝୀ ପ୍ରମୁଖ ପଦାଧିକାରୀ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଶେଷରେ ସମ୍ପାଦକ ମାୟାଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.