ଶ୍ରାବଣ ଯାତ୍ରାର ତୃତୀୟ ସୋମବାର: ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଶ୍ରାବଣ ମାସର ତୃତୀୟ ସୋମବାର ରେ ମହାଦେବଙ୍କୁ ଜଳଲାଗି ପାଇଁ ବିଭିନ୍ନ ଶିବ ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି । ପବିତ୍ର ଗୁରୁ ପୁର୍ଣ୍ଣିମାରୁ ଆରମ୍ଭ ହୋଇଛି ଏହି ଶ୍ରାବଣ ମାସ । ବିଶ୍ବାସ ରହିଛି ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କ ନିକଟରେ ଜଳଲାଗି କଲେ କୋଟି ପୁଣ୍ୟ ମିଳେ । ସେଇ ବିଶ୍ବାସ ନେଇ ମାନସିକଧାରୀ ମହାଦେବଙ୍କ ନିକଟରେ ଜଳିଭିଷେକ କରନ୍ତି ଏହି ପବିତ୍ର ମାସରେ । ମନରେ ଅକୁଣ୍ଠ ଭକ୍ତିଭାବ ଓ ବିଶ୍ୱାସ ନେଇ ମହାଦେବଙ୍କ ନିକଟରେ ଜଳିଭିଷେକ କରିଛନ୍ତି କାଉଡ଼ିଆ । ରାଜ୍ୟର ବିଭିନ୍ନ ସ୍ଥାନ ଭଳି କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ତୃତୀୟ ସୋମବାରରେ ବିଭିନ୍ନ ଶୈବପୀଠରେ ମହାଦେବଙ୍କ ନିକଟରେ ଜଳଲାଗି କରିବାପାଇଁ ଶତାଧିକ କାଉଡ଼ିଆଙ୍କ ଭିଡ଼ ଲାଗିଥିଲା । ସକାଳୁ ସକାଳୁ ବାଲିଗୁଡା ଖଡ଼ଗନଦୀ ଘାଟରେ ଶତାଧିକ କାଉଡ଼ିଆଙ୍କର ଭିଡ଼ ଜମିଥିଲା । ନହୀରୁ ବାଲି ଆଣି ତୁଠରେ ବାଲୁକା ଲିଙ୍ଗ ସ୍ଥାପନା କରି ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବାପରେ ସଙ୍କଳ୍ପ ହୋଇ ଜଳନେଇ କାଉଡ଼ିଆ ମାନେ ବାହାରିଥିଲେ ଶିବାଳୟ ଅଭିମୁଖେ ।

Omkar Vasthu
Omkar Vasthu

ପୂର୍ବ ବର୍ଷ ଭଳି ଚଳିତବର୍ଷ ମଧ୍ୟ ବାଲିଗୁଡ଼ା ଅଞ୍ଚଳର ବିଭିନ୍ନ ଶୈବପୀଠ ମଧ୍ୟରେ ଟାଉନର ରାମେଶ୍ୱର ମନ୍ଦିର, ବିରୁପାକ୍ଷ ମନ୍ଦିର, ଦଣ୍ଡପଦରର ଧବଳେଶ୍ୱର ମନ୍ଦିର, ଜାଲେଶପଟ୍ଟାର ଜଳେଶ୍ୱର ମନ୍ଦିର, କ.ନୂଆଗାଁର ରାମେଶ୍ୱର ମନ୍ଦିର, ଚକାପାଦର ବିରୁପାକ୍ଷ ମନ୍ଦିର ଭଳି ବିଭିନ୍ନ ଶୈବ ପୀଠରେ ଶତାଧିକ କାଉଡ଼ିଆ ଙ୍କର ଭିଡ଼ସହ ଜଳ ଲାଗି କରିଥିବା ଦେଖିବାକୁ ମିଳିଛି । ପୂର୍ବରୁ ବାଲିଗୁଡା ଅଞ୍ଚଳରେ କମ୍ ଭକ୍ତ ଏହି ମାସିକ ଶ୍ରାବଣୀ ବ୍ରତ ପାଳୁଥିଲେ । କ୍ରମଶଃ ଭକ୍ତଙ୍କ ମନସ୍କାମନା ପୁରଣ ହେବାସହ ମନରେ ଅଗାଢ଼ ଭକ୍ତି ନେଇ ଧିରେଧିରେ ଏହି ଅଞ୍ଚଳରେ କାଉଡ଼ିଆଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି । ବାଲିଗୁଡା ସମେତ ଆଖପାଖ ଅଞ୍ଚଳର ହଜାର ହଜାର କାଉଡ଼ିଆ ବାଲିଗୁଡା ଖଡ଼ଗନଦୀ ସମେତ ବିଭିନ୍ନ ଘାଟରେ ଏକାଠି ହୋଇ ଘାଟରୁ ଜଳନେଇ ମହାଦେବଙ୍କ ନିକଟରେ ଜଳଲାଗି କରିବାପାଇଁ ବାହାରିଥାନ୍ତି । ଶ୍ରାବଣ ମାସରେ ମହାଦେବଙ୍କ ନିକଟରେ ଜଳଲାଗି କଲେ କୋଟି ପୂଣ୍ୟ ମିଳେ। ଏହି ବିଶ୍ବାସ ନେଇ ଦୁର ଦୁରାନ୍ତରୁ କାଉଡ଼ିଆ ଜଳନେଇ ମହାଦେବଙ୍କ ନିକଟରେ ଜଳଲାଗି କରିବାପାଇଁ ଶିବାଳୟ ଅଭିମୁଖେ ବାହାରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.