ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଉଲିକୁପା ଗ୍ରାମପଞ୍ଚାୟତ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର କୁମାର ସାମଲ, ନର୍ଲା ତହସିଲଦାର ବିଶ୍ବରଞ୍ଜନ କହଁର, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସରପଞ୍ଚ ଦିପାଞ୍ଜଳି ଶବର, ସମିତି ସଭ୍ୟ, ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ୨୭୦ ରୁ ଅଧିକ ଅଭିଯୋଗ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପଞ୍ଚାୟତର କର୍ମଚାରୀମାନେ ସହଯୋଗ କରିଥିଲେ।