ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ର ଜନବହୁଲ, ବାଣିଜ୍ୟ ପେଣ୍ଠସ୍ଥଳୀ ଓ ଅନେକ ଶିଳ୍ପାୟାନ ଅଞ୍ଚଳ ଭାବରେ ଲଡ଼ୁଗାଁ ବେଶ ପରିଚିତ। ଏବେ ବର୍ଷା ଋତୁ ଚାଲିଥିବା ବେଳେ ଅନେକ ଜୀବାଣୁ ଭୁତାଣୁ ମାନଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିବା ସହ ଏହି ଜୀବାଣୁ ଭୁତାଣୁ ଦ୍ୱାରା ଅନେକ ରୋଗ ସଂକ୍ରମଣ ର ଭୟ ରହିଛି। ବିଗତ ଦିନରେ ଲଡ଼ୁଗାଁ ଅଞ୍ଚଳରେ ଡେଙ୍ଗୁ ଓ ମ୍ୟାଲେରିଆରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ଚର୍ଚ୍ଚା ର ବିଷୟ ପାଲଟିଥିଲା। ଏହି ଡେଙ୍ଗୁ ଓ ମ୍ୟାଲେରିଆ ର ସଂକ୍ରମଣ ରୁ ଲୋକଙ୍କୁ ସଚେତନ କରିବା ପାଇଁ କୋକସରା ବ୍ଳକ ସାମ୍ବାଦିକ ସଂଘ ପକ୍ଷରୁ ଯୁବ ରେଡ଼କ୍ରସ ଲଡୁଗାଁ କଲେଜ, କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଲଡୁଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ସହଯୋଗ କ୍ରମେ ଗୁରୁବାର ଲଡୁଗାଁ ଠାରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ଳକ ସାମ୍ବାଦିକ ସଂଘର ସଭାପତି ଚକ୍ରଧର ବେଶ୍ରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଲଡୁଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶିବାନନ୍ଦ ନାଏକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡେଙ୍ଗୁ ଓ ମ୍ୟାଲେରିଆର ଲକ୍ଷଣ ଓ ନିରାକରଣ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋକପାତ କରିଥିଲେ। କଳାହାଣ୍ଡି ଜର୍ଣ୍ଣାଲିଷ୍ଟ ୟୁନିୟନର ସଭାପତି ମହମ୍ମଦ ଅଲ୍ଲୀ, ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, ପୁରୁଷ ସ୍ବାସ୍ଥ୍ୟ ପରିଦର୍ଶକ କେତନ ପାତ୍ର, କଲେଜ ଅଧ୍ୟକ୍ଷ ଡ଼ଃ ନିହାର କାନ୍ତ ପଣ୍ଡା, ପ୍ରଧ୍ୟାପକ ପ୍ରେମାନନ୍ଦ ସାହା, ଭିବିଡିଟିଏସ୍ ଦୁଷ୍ମନ୍ତ ରାଉତ ପ୍ରମୁଖ ଯୋଗଦେଇ ଡେଙ୍ଗୁ ଓ ମ୍ୟାଲେରିଆରୁ ମୁକ୍ତି ପାଇବାକୁ ହେଲେ ସଚେତନତାର ଆବଶ୍ୟକ ରହିଛି ବୋଲି ମତବ୍ୟକ୍ତ କରିଥିଲେ।
ଏହି କ୍ରମରେ କଲେଜ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା। କାର୍ଯ୍ୟକ୍ରମକୁ ଅଧ୍ୟାପକ ସଞ୍ଜୟ ପୁରୋହିତ ସଂଯୋଜନା କରିଥିଲାବେଳେ ସାମ୍ବାଦିକ ଜଗଦୀଶ ନାଏକ, ବସନ୍ତ ସରାବୁ, ହିରଣ୍ୟ ବେହେରା, ତୁଲାରାମ ବେହେରା, ଗଣେଶ ଭାଟି, ଦେବେନ୍ଦ୍ର ସାଗର, ପରେଶ୍ ପଟ୍ଟନାୟକ, ରଘୁମଣୀ ପୁଝାରୀ, ନିରଞ୍ଜନ ଛତ୍ରିଆ ପ୍ରମୁଖ ସହଯୋଗ କରିଥିଲେ। ଆଶା କର୍ମୀ ମମତା ଦାସ, ଲଳିତା ରାଉତ, ଚିନ୍ମୟୀ ମାଝୀ, ଧରିତ୍ରୀ କୁମାର, ପ୍ରମିଳା ନାଏକ, କୁମାରୀ ମହାନନ୍ଦ, ଚୁଡାମଣି ଠାକୁର ସମେତ କଲେଜ ର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।ସାମ୍ବାଦିକ ଗଜିନ୍ଦ୍ର ନାଗ ଧନ୍ୟବାଦ ଅର୍ପଣ କରିଥିଲେ।