ସଇଁତଲାରେ ବିଶ୍ୱ ଆଦିବାସୀ ଦିବସ ପାଳିତ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ସଇଁତଲା ଆଦିବାସୀ କମିଟି ପକ୍ଷରୁ  ବିଶ୍ୱ ଆଦିବାସୀ ଦିବସ ସମାରୋହରେ ପାଳନ କରାଯାଇଛି l ପ୍ରଥମେ ସ୍ଥାନୀୟ ମଣ୍ଡପ ପରିସରରୁ ପାରମ୍ପରିକ ଅସ୍ତଶସ୍ତ ଧରି ଆଦିବାସୀ ମହିଳା ଓ ପୁରୁଷମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ମା ଚଣ୍ଡୀଙ୍କ ଦର୍ଶନ କରିବା ପରେ ସହର ପରିକ୍ରମା କରିଥିଲେ l ପରେ ସଭାସ୍ଥଳକୁ ପହଂଚି ମା ଚଣ୍ଡୀଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ଜଳନ କରି ମୁଖ୍ୟଅତିଥି ଭାବରେ ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦେଇ ଆଦିବାସୀ ଲୋକଙ୍କ ଅଧିକାର ଓ ସୁରକ୍ଷା ଉପରେ ଆଲୋକପାତ କରିବା ସହ ସରକାର ଆଦିବାସୀ ବହୁଳ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ, ଗମନାଗମନ କ୍ଷେତ୍ରରେ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି l ଏ ଦିଗରେ ସରକାର ଯତ୍ନବାନ ହେବା ଆବଶ୍ୟକ ବୋଲି ପୂର୍ଵତନ ମନ୍ତ୍ରୀ ସିଂ ଭୋଇ ପ୍ରକାଶ କରିଥିଲେ l

Omkar Vasthu
Omkar Vasthu

ଆଦିବାସୀ କମିଟିର ସଭାପତି ପ୍ରେମ ଭୋଇଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ମୁଖ୍ୟବକ୍ତା ଭାବେ ଉତ୍କଳ କନ୍ଦ ସମାଜ କେନ୍ଦ୍ରୀୟ ସଭାପତି ଚିନ୍ତାମଣି ଭୋଇ, ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ୟକ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ, ସମିତି ସଭ୍ୟ ସିମ୍ବ୍ରମ ସିଂ ଭୋଇ, ଯୁବ ସଂଗଠକ ଶୁଭେନ ସିଂ ଭୋଇ, ବ୍ଲକ ଆକାଉଣ୍ଟ ଅଫିସର ଲଛମନ ଯାନୀ, ଗଣ୍ଡ ସମାଜ ସଭାପତି ସଚିକାନ୍ତ ଭୋଇ, ସହରା ସମାଜ ସଭାପତି ଦିବାକର ଭୋଇ, ମାଝୀ ପ୍ରଗଣା ସଭାପତି ସତ୍ୟନାରାୟଣ ମାଝୀ, ପାହାଡ଼ ପ୍ରଗଣା ସମାଜ ସଭାପତି ଶଙ୍କର ମାଝୀ, ଆଇନଜୀବି ବେଦବ୍ୟାସ ଭୋଇ, ଆମ୍ବପାଲି ସମିତି ସଭ୍ୟ ବିଭୀଷଣ ମାଝୀ, ଆଶା କର୍ମୀ ମାଳତୀ ଭୋଇ, ବିଭୁତି ମାଝୀ, ଚଞ୍ଚଳା ଭୋଇ, ଗନ୍ତିଆ ସୁରେନ୍ଦ୍ର ଭୋଇ, ପ୍ରମୁଖ ଉପସ୍ଥିତ ରହି ଆଦିବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସଚେତନତା କରିଥିଲେ l ଉକ୍ତ ସଭାକୁ ପ୍ରସନ୍ନ ଭୋଇ ପରିଚାଳନା କରିଥିଵା ବେଳେ କପିଳ ଭୋଇ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି ପରିପେକ୍ଷୀରେ କମିଟି ତରଫରୁ ମା ଜାଡେନ ଡକା ଦଳ ଶିକାପତ୍ରାପାଲି, ସାନଦାସମୁଣ୍ଡା, ବଡ଼ମାଳ ଓ କୁଶମାଳ ଦଳଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା l ଏହି ସଭାରେ କମିଟି ସମ୍ପାଦକ ବୈକୁଣ୍ଠ ଭୋଇ, ରୋହିତ ଯାନୀ, ଜଗଦିଶ ଭୋଇ, ରମାକାନ୍ତ ମାଝୀ, ଦଳ ଗୋବିନ୍ଦ ପ୍ରଧାନୀ, ସଚିକାନ୍ତ ପୁଟା,ଦେବେନ୍ଦ୍ର ଭୋଇ, ଗଣେଶ ଭୋଇଙ୍କ ସମେତ ଅଞ୍ଚଳର ସମସ୍ତ ଆଦିବାସୀ ମହିଳା ଓ ପୁରୁଷ ମାନେ ସାମିଲ ହୋଇଥିଲେ l ଏହି ଦିବସକୁ ଆଇନ ଶୃଙ୍ଖଳାକୁ ଦୃଷ୍ଟି ରଖି ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାରଙ୍କ ତତ୍ତ୍ୱବଧାନରେ ଥାନା ସେକେଣ୍ଡ ଅଫିସର ଆଲୋକ ପ୍ରସାଦ ଭୋଇ, ଗୋଇଣ୍ଡି ଖାଁ , ରାଜେଶ ବେହେରା, ଏଏସଆଇ ଅରକ୍ଷିତ ନାୟକଙ୍କ ସହ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା l

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.