ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନାରେ ଅଞ୍ଚଳରେ ଜଣେ ଯୁବତୀ ପ୍ରେମ କରିବା ପରେ ପ୍ରତାରଣ କରିଥିବା ଅଭିଯୋଗରେ ସଇଁତଲା ପୋଲିସ ଥାନା କେସ ନଂ ୧୦୯/୨୪ ରେ ଏକ ମାମଲା କରି ପ୍ରେମିକ ସହ ସହଯୋଗୀଙ୍କୁ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନା ମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତ ପଠାଇ ଦିଆଯାଇଛି l ଗିରଫ ପ୍ରେମିକ ନାମ ଶିଶିର ସାଗର (୨୭) ଓ ସହଯୋଗୀ ଶ୍ରୀତମ ସୁନା (୨୨) ଉଭୟ ବେନିଆବନ୍ଦ ଗାଁର ବୋଲି ଜଣାପଡିଛି l ପ୍ରକାଶ ଯେ, ଏହି ଗାଁର ଜୈନିକା ଯୁବତୀଙ୍କ ସହ ଶିଶିରର ଦୀର୍ଘ ୬ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା l ହେଲେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବା ଯୋଗୁଁ ପରିବାର ଲୋକେ ସଇଁତଲା ଥାନାରେ ଲିଖିତ ଅଭିଯୋଗ କଲା ପରେ ସଇଁତଲା ଆଇଆଇସି ସୁଶାନ୍ତ ବଢ଼େଇଙ୍କ ତତ୍ତ୍ୱବଧାନରେ ସେକେଣ୍ଡ ଅଫିସର ଗୁଇଣ୍ଡି ଖାଁଖାଁ ତଦନ୍ତ କରି ଉଭୟ ଅଭିଯୁକ୍ତ ଦ୍ୱୟଙ୍କୁ ଡାକ୍ତରୀ ପରୀକ୍ଷା କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l ଘଟଣାରେ ପୋଲିସ ଏକ ବାଇକ ସହ ମୋବାଇଲ ଫୋନ ଜବତ କରିଛି l