ମଗଧା ଯାଦବଙ୍କ ଅନନ୍ୟ ପରମ୍ପରା ‘ଜୁରାବନ୍ଦା’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲାର ଦେବଗିରି ବୁଢିପଦର ଅଞ୍ଚଳରେ ଦେଖିବାକୁ ମିଳିଛି ମଗଧା ଯାଦବ ସଂସ୍କୃତିର ଏକ ମହାନ ପରମ୍ପରା ‘ଜୁରାବନ୍ଦା’। ତଳି ରୋପଣ ଶେଷ ହେବାପରେ ମଗଧା ଯାଦବ ରମଣୀମାନେ କ୍ଷେତରେ ଦୁଇ ବିଡ଼ା ଧାନ ତଳିକୁ ଗୋରସ, ଫୁଲ, ଚାଉଳ ହଳଦି ଲାଗି କରି ବନ୍ଦାପନା କରିଥାନ୍ତି। ଦୁଇ ବିଡ଼ା ଧାନ ତଳି ମଗଧା ଯାଦବଙ୍କ ଇଷ୍ଟ ଦେବତା କଣାଭଏଁରା ଓ ମା’ଲଛମାଙ୍କ ପ୍ରତିକ ଭାବେ କ୍ଷେତରେ ପୂଜା ପାଇଥାନ୍ତି।

ପୂର୍ବେ ମଗଧା ଯାଦବମାନେ ରାଜ୍ୟ ସୁରକ୍ଷା ସହ କୃଷି କର୍ମ କରୁଥିଲେ। ଚିତାଲାଗି ଅମାବାସ୍ୟା ଦିନ କୃଷି କ୍ଷେତ୍ରରେ ବିଜୟର ପ୍ରତିକ ଭାବେ କେନ୍ଦୁ ଶାଖା ସ୍ଥାପନ ସହ ଜୁରାବନ୍ଦା କାର୍ଯ୍ୟ ଶେଷକରି ସେମାନେ ସମର ଅଭ୍ୟାସ କରିବାକୁ ସୀମାକୁ କିମ୍ବା ଆଖଡ଼ାକୁ ଚାଲି ଯାଉଥିଲେ। ଯାହା ଆଜି ବି ପରମ୍ପରା ଅନୁକ୍ରମେ ଅନୁସୃତ ହୋଇ ଆସୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.