ନର୍ଲା ବ୍ଲକରେ ୩୨୫ ଲକ୍ଷପତି ଦିଦି ସମ୍ମାନୀତ

ଭିଡିଓ କନ୍ଫାରେନ୍ସିଂ ଜରିଆରେ ସମ୍ମାନୀତ କଲେ ପ୍ରଧାମନ୍ତ୍ରୀ ମୋଦୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ରବିବାର ଦିନ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ରିପୁନାଥ ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନର୍ଲା ବ୍ଲକ ସରପଞ୍ଚ ସଂଘର ସଭାପତି ଅନନ୍ତରାମ ମାଝୀ, ବାଗପୁର ସରପଞ୍ଚ ଗୋପାଳ ହାତୀ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ରୁପ୍ରା ସରପଞ୍ଚ ଡଲି ବେହେରା ଓ ନର୍ଲା ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସାମିଲ ହୋଇଥିଲେ।

ମାନ୍ୟବର ପ୍ରଧାନ ମନ୍ତ୍ରୀ ମୋଦୀ ଭିଡିଓ କନଫରେନସିଂ ଜରିଆରେ ଲକ୍ଷପତି ଦିଦି ମାନଙ୍କୁ ସମ୍ମାନୀତ କରିଥିଲେ। ଆମ ଦେଶର ବିଭିନ୍ନ ପ୍ରାନ୍ତର ୧୧ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ଭାବରେ ସମ୍ମାନୀତ କରାଯାଉଥିବା ବେଳେ ନର୍ଲା ବ୍ଲକର ୩୨୫ ଜଣ ଲକ୍ଷପତି ଦିଦିଙ୍କୁ ସମ୍ମାନୀତ କରାଯାଇଥିଲା।

ବ୍ୟାଙ୍କ ଜରିଆରେ ସରକାରଙ୍କ ପ୍ରଦତ୍ତ ପ୍ରୋତ୍ସାହନ ରାଶିକୁ ସୁବିନିଯୋଗ କରି ସ୍ଵୟଂ ସହାୟକ ଗୋଷ୍ଠୀ ସବୁ ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳ ହେବା ସହ ନିଜ ଆୟ କୁ ଲକ୍ଷେ ଟଙ୍କା ରେ ପହଞ୍ଚାଇ ପାରିଥିବାରୁ ସେହି ମହିଳା ମାନଙ୍କୁ ଲକ୍ଷପତି ଦିଦି ଭାବରେ ସମ୍ମାନୀତ କରାଯାଇଛି।କାର୍ଯ୍ୟକ୍ରମକୁ ଓଡିଶା ଜୀବିକା ନିର୍ବାହ ପ୍ରକଳ୍ପ ମିଶନର ନର୍ଲା ସଂଯୋଜକ ସନତ କୁମାର ସାହୁ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.