ଭି.ଆର୍.ଓ ସଂସ୍ଥା ଦ୍ବାରା ଫିନାଇଲ ପ୍ରସ୍ତୁତି ପ୍ରଶିକ୍ଷଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ଠାରେ ଥିବା (ଭିଆରଓ) ଗ୍ରାମ ପୁନଃ ନିର୍ମାଣ ସଂସ୍ଥା ଦ୍ଵାରା ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷରେ ସରକାରୀ, ବେସରକାରୀ ବିଭିନ୍ନ ପ୍ରକାରର ଯୋଜନା ପ୍ରସ୍ତୁତି କରାଯାଉଛି। ବିଶ୍ଵନାଥପୁର ସ୍ଥିତ କୁଆଙ୍ଗବସା ଅଫିସ ଠାରେ ଦୀର୍ଘବର୍ଷ ଧରି ମହିଳା ମାନଙ୍କୁ ସିଲେଇ ତାଲିମ, ଫିନାଇଲ ପ୍ରସ୍ତୁତି ସହ ଅନ୍ୟାନ୍ୟ କୁଟିର ଶିଳ୍ପ ପ୍ରସ୍ତୁତି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ତେବେ ଏହି କେନ୍ଦ୍ର ଅଧିନରେ ଥିବା ଗାଁ ଇରକୁଲି, ଡୁମେରମୁଣ୍ଡା, ଉପରପଡ଼ା, ଶିବପଦର, ନଙ୍ଗଲବେଡ଼ା, ବାଲିଯୋଡ଼ି, କେନ୍ଦ୍ରରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଭିଆରଓ ପ୍ରତିଷ୍ଠାତା ମାଇକେଲ ଓ ୱାଣ୍ଡିଙ୍କ ଶତବାର୍ଷିକ ଜନ୍ମ ଅବସରରେ ଏକ ଦିବସୀୟ ଫିନାଇଲ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣ ଓଡ଼ିଶାର ଆଞ୍ଚଳିକ ସହଯୋଗୀତା ପାର୍ବତୀ ମହାରଣା ପ୍ରଶିକ୍ଷଣ ଦେଉଥିବାବେଳେ ଏହି ଶିବିରରେ ଛଅଟି କେନ୍ଦ୍ରର ପ୍ରଶିକ୍ଷକ ବବିତା କୁମାରୀ ବେହେରା, ଜୟଶ୍ରୀ ମହାନ୍ତି, ସରୋଜିନୀ ବିଶ୍ଵାଳ, ପଦ୍ମିନୀ ବେହେରା,ପ୍ରାଚି କୈଶଲ୍ୟା,ରିତା ଦଣ୍ଡସେନାଙ୍କ ସମେତ ବହୁ ସଂଖ୍ୟରେ ପ୍ରଶିକ୍ଷାର୍ଥୀ ମାନେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.