ପାରିବାରିକ ଜଞ୍ଜାଳରେ ବାନ୍ଧି ହେବାକୁ ଚାହୁଁ ନାହାନ୍ତି ଚୀନର ଯୁବପିଢୀ; ଜାଣନ୍ତୁ କାରଣ 

ଓଡ଼ିଆ ବାର୍ତ୍ତା/ ବେଜିଂ: ଚୀନର ଯୁବପିଢ଼ୀ ପାରିବାରିକ ଜଞ୍ଜାଳରେ ବାନ୍ଧି ହେବାକୁ ଚାହୁଁ ନାହାନ୍ତି । ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଯୁବଙ୍କ ସଂଖ୍ୟା କମୁଛି । ଏକ ରିପୋର୍ଟ ଅନୁସାରେ ଚୀନରେ ପୋଷା ବିଲେଇ, କୁକୁରଙ୍କ ତୁଳନାରେ ଛୋଟ ପିଲାଙ୍କ ସଂଖ୍ୟା କମିବାରେ ଲାଗିଛି । ବିବାହ ପରେ ମଧ୍ୟ ଦମ୍ପତି ସନ୍ତାନପ୍ରତି ବିମୁଖ ରହୁଛନ୍ତି । ୨୦୩୦ ବେଳକୁ ଏହି ସମସ୍ୟା ଆହୁରି ବଢ଼ିପାରେ । ଏପରିକି ପିଲାଙ୍କ ତୁଳନାରେ ପୋଷା ଜନ୍ତୁଙ୍କ ସଂଖ୍ୟା ୨ ଗୁଣ ବଢ଼ିଯିବ ବୋଲି ଆକଳନ କରାଯାଇଛି । ଚୀନରେ ପୋଷା ଜନ୍ତୁ ବିକ୍ରି କାରବାର ମଧ୍ୟ ବଢ଼ିବାରେ ଲାଗିଛି । ସରକାର ବିଭିନ୍ନ ପ୍ରକାରର ଲୋଭନୀୟ ଅଫର ଦେଉଥିଲେ ମଧ୍ୟ ଯୁବ ପିଢ଼ୀ ଏକୁଟିଆ ଜୀବନ ଯାପନ କରିବାକୁ ପସନ୍ଦ କରୁଛନ୍ତି । ଅତ୍ୟାଧୂନିକ ଯୁଗରେ ସେମାନଙ୍କ ଆବଶ୍ୟକତା ପୂରଣ ହୋଇ ଯାଉଥିବାରୁ ପରିବାର ବଢ଼ାଇବାକୁ ଚାହୁଁ ନାହାନ୍ତି । 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.