ମଣ୍ଡପରେ ଚାଲିଛି ଦେବୀ ଆରାଧନା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ବସ୍ତିର ସାର୍ବଜନୀନ ଦୁର୍ଗାପୂଜା ଏଥର ୬୫ ବର୍ଷରେ ପଦାର୍ପଣ କରିଛି। ଏନେଇ ଅଞ୍ଚଳରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖାଯାଇଛି। ସ୍ଥାୟୀ ଦୁର୍ଗା ମଣ୍ଡପରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଦେବୀ ଦଶଭୂଜାଙ୍କ ମୃଣ୍ମୟ ମୂର୍ତ୍ତିର ଆରାଧନା। ରୁପ୍ରାରୋଡ ଦୁର୍ଗା ପୂଜା କମିଟି ସଭାପତି ଓମ ପ୍ରକାଶ ଅଗ୍ରୱାଲ, ସାଧାରଣ ସମ୍ପାଦକ ରତନ ଅଗ୍ରୱାଲ, କୋଷାଧ୍ୟକ୍ଷ ଅନିଲ ଅଗ୍ରୱାଲ ଓ କାର୍ଯ୍ୟକର୍ତ୍ତାଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଓ ସଦସ୍ୟମାନଙ୍କ ସହଯୋଗରେ ପୂଜା କାର୍ଯ୍ୟ ଚାଲିଛି। ଜଗତଜନନୀଙ୍କ ନବଦିନାତ୍ମକ ପୂଜାରେ କର୍ତ୍ତା ଭାବେ ଅମିତ ଅଗ୍ରୱାଲ, ପୂଜକ ଭାବେ ସୁରେନ୍ଦ୍ର ଶର୍ମା ଓ ବିଷ୍ଣୁ ଶର୍ମା ଦାଇତ୍ୱ ନିର୍ବାହ କରୁଥିବାବେଳେ ଆକାଶ ଅଗ୍ରୱାଲ, ଧୀରେନ୍ଦ୍ର ଖେତନ, ଦିପକ ମହାନ୍ତି, ଅମିତ ଶର୍ମା, ବିଜୟ ଅଗ୍ରୱାଲ, ଅଶୋକ କମାନୀ, ପୁଷ୍ପକ ମହାନ୍ତି, ଭାରତୀ ମହାନ୍ତି, ଧିରେନ୍ଦ୍ର ଖେତାନ, ଦିନରାଜ ଅଗ୍ରୱାଲ, ନିରଜ ଶର୍ମା ପ୍ରମୁଖଙ୍କ ସହ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। ଭବ୍ୟ ଆଲୋକମାଳାରେ ମଣ୍ଡପ ପରିସର ସଜ୍ଜିତ ହୋଇଥିବାବେଳେ ୯ ଦିନ ଧରି ବୈଦିକ ବିଧାନ ଅନୁସାରେ ମାଁଙ୍କ ପୂଜା ଚାଲିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ରହିଛି।