ବ୍ରଜବିଳାସ ସାହିତ୍ୟ ଇ-ପତ୍ରିକାର ଶାରଦୀୟ ବିଶେଷାଙ୍କ ପ୍ରକାଶିତ

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ପବିତ୍ର ଦଶହରା ଉପଲକ୍ଷେ ବାଣପୁର ଅଞ୍ଚଳର ଯୁବ ସ୍ତମ୍ଭକାର ବିଶ୍ବବିଜୟୀ ଦାଶଙ୍କ ସମ୍ପାଦନାରେ ପ୍ରକାଶିତ ହୋଇଅଛି ବ୍ରଜବିଳାସ ସାହିତ୍ୟ ଇ-ପତ୍ରିକାର ଶାରଦୀୟ ବିଶେଷାଙ୍କ। ଏହାର ସହ-ସମ୍ପାଦିକା ଭାବେ ପ୍ରବାଳ ମଞ୍ଜରୀ ଦାଶ, ପ୍ରିୟମ୍ବଦା ସ୍ବାଇଁ ଥିବା ବେଳେ ଅଳଙ୍କରଣ କରିଛନ୍ତି ଡିଜାଇନର କାହ୍ନୁଚରଣ ସାହୁ। ଜୁଏଲସ୍ ଇଣ୍ଟରନ୍ୟାସନାଲ ଚ଼େତନା କଲେଜ ଅଫ୍ ସ୍ପେସିଆଲ ଏଜୁକେସନର ଅଧ୍ୟକ୍ଷ ପ୍ରଫେସର ଡ଼ଃ ବିନୟ ଭୂଷଣ ମହାପାତ୍ର ଶୁଭେଚ୍ଛା ଜଣାଇବା ସହ ସ୍ତମ୍ଭକାର ଅରୁଣ କୁମାର ତ୍ରିପାଠୀ, ମନସ୍ତତ୍ତ୍ୱବିଦ୍ ଆୟୁଷ୍ମାନ ଚୌଧୁରୀ, ଶିକ୍ଷା ଅଧ୍ୟାପିକା ମାନସୀ ଆଚାର୍ଯ୍ୟ ପ୍ରମୁଖ ପାଠକୀୟ ମତାମତ ପ୍ରଦାନ କରିଛନ୍ତି। ଏହି ପତ୍ରିକାରେ ଦଶହରା, ଦୁର୍ଗା ପୂଜା ଓ ଦେବୀ ମା’ ଦୁର୍ଗାଙ୍କ ଉପରେ ଆଧାରିତ କବିତା, ଗଳ୍ପ ଓ ପ୍ରବନ୍ଧ ଆଦି ସ୍ଥାନିତ ହୋଇଛି। ଏହି ପତ୍ରିକା ସର୍ବଜନବିଦିତ ହେଉ ବୋଲି ସମ୍ପାଦକ ଶ୍ରୀ ଦାଶ ଆଶା ରଖିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.