ମାଁ ମାଣିକେଶ୍ବରୀଙ୍କ ବିଶ୍ବ ପ୍ରସିଦ୍ଧ ଛତରଯାତ୍ରା : ଭକ୍ତଜନଙ୍କୁ ଦର୍ଶନ ଦେଲେ କଳାହାଣ୍ଡିର ଇଷ୍ଟଦେବୀ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲି ଖାଁ): ଛତରଯାତ୍ରା ମାଧ୍ୟମରେ ଭକ୍ତଜନଙ୍କୁ ଦର୍ଶନ ଦେଲେ କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ଵରୀ। ଆଜି ଭବାନୀପାଟଣାରେ ଚାଲିଛି ଦେବୀ ମାଣିକେଶ୍ବରୀଙ୍କ ବିଶ୍ବ ପ୍ରସିଦ୍ଧ ଛତରଯାତ୍ରା। ଏଥିରେ ପ୍ରବଳ ଜନସମାଗମ ହୋଇଛି। ମାନସୀକଧାରିମାନେ ଦେବୀଙ୍କ ଉଦ୍ଦେଶ୍ୟରେ ବଳି ଅର୍ପଣ କରିଛନ୍ତି। ରକ୍ତ ରଞ୍ଜିତ ହୋଇଉଠିଛି ରାଜପଥ। ବର୍ଷକୁଥରେ ମାଁ ମାଣିକେଶ୍ବରୀ ଛତର ବିଜୟ ଯାତ୍ରା ମାଧ୍ୟମରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଭବାନୀପାଟଣା ସ୍ଥିତ ରାଜବାଟିରେ ମାଁ ମାଣିକେଶ୍ବରୀଙ୍କ ଏକ ଭବ୍ୟ ମନ୍ଦିର ରହିଛି। ପାର୍ବଣ ଋତୁର ଅଷ୍ଟମୀ ଦିନ ନିଶାର୍ଦ୍ଧରେ ଦେବୀ ଜେନାଖାଲକୁ ଯାଇଥାନ୍ତି, ସେଠାରେ ଗୁପ୍ତପୂଜା ବିଧି ସଂପନ୍ନ ହେବାପରେ ପ୍ରାତଃ କାଳରେ ସେଠାରୁ ନିଜ ମନ୍ଦିରକୁ ପ୍ରତ୍ୟାଗମନ କରନ୍ତି। ମାଁଙ୍କ ଦର୍ଶନ ନିମିତ୍ତ ରାସ୍ତାର ଦୁଇପାର୍ଶ୍ବରେ ହଜାର ହଜାର ଜନତା ଚାତକ ପରି ଅପେକ୍ଷା କରି ରହିଥାନ୍ତି। ମାଣିକେଶ୍ବରୀଙ୍କ ଛତର ଯାତ୍ରାର ସାଂସ୍କୃତିକ ବିଭବ ଏହାର ଗାରିମାକୁ ଅଧିକ ରୁଦ୍ଧିମନ୍ତ କରି ଗଢି ତୋଳିଥାଏ। ବିଭିନ୍ନ ବେଶ ପୋଷାକରେ ତଥା ବିଚିତ୍ର ଭଙ୍ଗିରେ ସଜ୍ଜିତ ହୋଇ କଳାକାର ମାନେ ଦର୍ଶକଙ୍କ ଚିତ୍ତ ହରଣ କରିବାରେ ସକ୍ଷମ ହୋଇଥାନ୍ତି। ମାଁଙ୍କ ଯାତ୍ରା ବିନା ବାଧାବିଘ୍ନରେ କିପରି ସଂର୍ପନ୍ନ ହେବ ସେଥିପାଇଁ କଳାହାଣ୍ଡି ଏସପିଙ୍କ ପ୍ରତ୍ୟକ୍ଷ୍ୟ ତତ୍ତ୍ବାବଧାନରେ ପ୍ଲାଟୁନ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.