କର୍ଲାମୁଣ୍ଡା ଜୋନ-୨ ରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜୁଜନତା ଦଳ ତରଫରୁ ବିଧାୟିକା ମନୋରମା ମହାନ୍ତିଙ୍କ ନେତୃତ୍ୱରେ ନର୍ଲା ନିର୍ବାଚନ ମଣ୍ଡଳୀ କର୍ଲାମୁଣ୍ଡା ବ୍ଲକର ଜୋନ-୨ ରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଉକ୍ତ ପଦଯାତ୍ରା ଗଜବାହାଲ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇଥିଲା। ଏଥିରେ ୪୦୦ ରୁ ଉର୍ଦ୍ଧ୍ବ ଲୋକ ସାମିଲ ହୋଇ ଛଅ ଗୋଟିଏ ଗ୍ରାମ ପଞ୍ଚାୟତର ବଡଡୁଙ୍ଗୁରିଗୁଡା, ସିରାବାହାଲ, ପୋରକେଲା, ରିସିଡା, ତେରେସିଙ୍ଗା, ସ.ମାଲପଡା, ପୁଟିଗାଁ, ବାଗବରେଇ, କର୍ଲାମୁଣ୍ଡା, ଡୁକେରମାଲର ଆଦି ଗ୍ରାମ ମାନଙ୍କୁ ଯାଇ ଜନସାଧାରଣଙ୍କୁ ଭେଟିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଜେପିର ବିଫଳତା ଓ ବିଜେଡିର ଶାସନ କାଳରେ ଓଡ଼ିଶାର ବିକାଶ ସମ୍ପର୍କରେ ଲୋକ ମାନଙ୍କ ସହ ଆଲୋଚନ କରାଯାଇଥିଲା। ବିଭିନ୍ନ ସ୍ଥାନ ବୁଲିବା ସମୟରେ ମାନ୍ୟବର ବିଧାୟିକା ଜନସାଧାରଣଙ୍କ ସମସ୍ୟା ବୁଝିବା ସହିତ ଏହାର ସମାଧାନ ପାଇଁ ଆଲୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ କର୍ଲାମୁଣ୍ଡ ବ୍ଲକ ଅଧ୍ୟକ୍ଷା କୁନି ସାହୁ, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି (ମୁନ୍ନା), ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ସାହୁ, ମହିଳା ସଭାନେତ୍ରୀ ରିତୁ ରାଣୀ ନାଗ, ପ୍ରମିଳା ପ୍ରଧାନ, ତୁଳସୀ ବିଶି, ସଲିମ ଶେଖର ରଣା, ଶିବ କେଡ଼ିଆ, କାହ୍ନୁ ଚରଣ ସାହୁ, ଦେବେନ୍ଦ୍ର ସାହୁ ଆଦି ବିଜେଡି କର୍ମକର୍ତ୍ତା ସାମିଲ ରହିଥିଲେ। ବିଜେଡି ଯୁବନେତା ଗୋବିନ୍ଦ ତାଣ୍ଡି, ଚଣ୍ଡୀଦାସ ସାହୁ, ସୁଦର୍ଶନ ଦୋରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.