ଅଳ୍ପ ଗଳ୍ପ, ପୁରାଣ ପ୍ରସଙ୍ଗରୁ : ଶଙ୍ଖାସୁର ବଧ ଓ ବେଦ ଉଦ୍ଧାର

ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଠାରୁ ଚତୁର୍ବେଦ ଚୋରି କରି ଶଙ୍ଖାସୁର ନିଳଗିରି ର କଳ୍ପବଟକୁ ଆଶ୍ରୟ କରି ଲୁଚିଲା । ଭଗବାନ ବିଷ୍ଣୁ ମତ୍ସ୍ୟ ଋପ ଧାରଣ କରି ପୃଥିବୀ ଯାକ ଶଙ୍ଖାସୁରକୁ ଖୋଜିବାକୁ ଲାଗିଲେ । ପରିଶେଷରେ କଳ୍ପବଟ ମୁଳରେ ତା’ର ସନ୍ଧାନ ପାଇ ଦିବ୍ୟ ଋପ ଧାରଣ କଲେ ।

ଶଙ୍ଖାସୁର ବିଷ୍ଣୁଙ୍କ ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ କରି ମହାଭୟ ପାଇ ନିଜର କଠିନ ଆବରଣ ଶଙ୍ଖ ମଧ୍ୟରେ ଆତ୍ମ ଗୋପନ କଲା । ଭଗବାନ ବିଷ୍ଣୁ ଶଙ୍ଖାସୁରକୁ ବଧ କରିବା ନିମିତ୍ତ ସୁଦର୍ଶନ ଚକ୍ର ପ୍ରେରଣ କଲେ, କିନ୍ତୁ ଅସୁର କଳ୍ପବଟକୁ ଆଶ୍ରା କରିଥିବାରୁ ବିଷ୍ଣୁ ତା’ର କିଛି କ୍ଷତି କରିପାରିଲେ ନାହିଁ । ଶଙ୍ଖାସୁରର ବହିରାବରଣ ଶଙ୍ଖ ଦେହରେ ବାଜି ଦୂରକୁ ଛିଟିକିପଡିଲା ।

ଚକ୍ର ନଫେରିବା ଦେଖି ବିଷ୍ଣୁ ବଡ ଚିନ୍ତାରେ ପଡିଲେ । ସେ ନିଳଗିରିର ଏକ ବଡ ପ୍ରସ୍ତର ଉପରେ ଉପବେଶନ କରି ଆଦିଶକ୍ତି ମହାମାୟୀଙ୍କୁ ଧ୍ୟାନ କଲେ । ମହାମାୟା ଆବିର୍ଭୁତ ହୋଇ ନିଜ ଶରୀରରୁ ଲକ୍ଷ୍ମୀ ଓ ସରସ୍ବତୀଙ୍କୁ ବାହାର କରି ବିଷ୍ଣୁଙ୍କୁ ପ୍ରଦାନ କଲେ ।

ଏହାପରେ ବ୍ରହ୍ମା ତେତିଶ କୋଟି ଦେବାଦେବୀଙ୍କ ଠାରୁ ଏକ ଏକ ଶକ୍ତି ସଂଗ୍ରହ କରିବା ସହ ନିଜ ଅଙ୍ଗ ର ଶକ୍ତି ଦେଇ ଏକ ଦିବ୍ୟ ଅସ୍ତ୍ର ବିଷ୍ଣୁଙ୍କୁ ପ୍ରଦାନ କଲେ । ଏହି ଅସ୍ତ୍ରର ନାମ ହେଲା ବ୍ରହ୍ମାସ୍ତ୍ର । ବିଷ୍ଣୁ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ମହା ପ୍ରତାପି ଶଙ୍ଖାସୁରକୁ ବଧ କଲେ । ଭଗବାନ ବିଷ୍ଣୁ ଶଙ୍ଖାସୁର ପାଖରୁ ବେଦ ନେଇ ବ୍ରହ୍ମାଙ୍କୁ ପ୍ରଦାନ କଲେ । ବେଦ ଉଦ୍ଧାର ହେଲା । ବିଷ୍ଣୁଙ୍କ ଚକ୍ର ଛିଟିକି ପଡିଥିବା ସ୍ଥାନ ଚକ୍ରତିର୍ଥ ହେଲା ।

ଉପସ୍ଥାପନା :

ସୁନୀଲ କୁମାର ଧଙ୍ଗଡାମାଝୀ

Editor odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.