ପ୍ରଶାସନିକ ଅଧିକାରୀ ହେଲେ ବି କଳାକାର; ଭୀମପାହାଡ଼ ମହୋତ୍ସବରେ ଗୀତ ଗାଇ ଲୋକଙ୍କୁ ନଚାଇଲେ ବିଡ଼ିଓ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୌଡ଼): ମଞ୍ଚ ଉପରେ ଚାଲିଥିଲା କଂସ ରାଜୁତି ତଳେ ଥିଲେ ହଜାର ହଜାର ଲୋକ। ରାଜ ଅତିଥି ହୋଇ ଆସିଥିଲେ ବିଡ଼ିଓ। ଢୋଲ ନିଶାନ ତାସା ବାଜୁ ଥିବା ଦେଖି ନିଜକୁ ସମ୍ଭାଳି ପାରିଲିନି। ଫଳରେ ମାଇକ ଧରି ଗାଇଲେ ଗୀତ ନାଚିଲେ ଲୋକେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ପର୍ଯ୍ୟଟନ ସ୍ଥଳୀ ଭୀମପାହାଡ଼ରେ ଚାଲିଥିବା ଭିମ ପାହାଡ଼ ମୋହସବରେ।ଚାରି ପଟରେ ଘଞ୍ଚ ଜଙ୍ଗଲ ତା ଭିତରେ ଚାଲିଥିଲା ମହୋତ୍ସବ ସହ କଂସ ଦରବାର। ଏହି କଂସ ଦରବାରକୁ ଆସିଥିଲେ ଦେଓଗାଁ ବିଡିଓ ପ୍ରିୟ ରଂଜନ କୁମାର। ସେ ଜଣେ କଳାକାର ବୋଲି ଜଣା ପଡିବା ପରେ ଗୀତ ଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ମହାରାଜ। ଯାହା ଫଳରେ ବିଡ଼ିଓ ନିଜର ସୁ ମଧୁର ଗୀତରେ ଗାଇଥିଲେ ‘ମହୁଲ ଝାରେ ରେ ବରସିଲା ପାନି…. ପାନିରେ….ପାନିରେ…ପାନି’ ବିଡ଼ିଓ ଶ୍ରୀ କୁମାରଙ୍କ କଣ୍ଠରୁ ଏହି ଗୀତ ଶୁଣିବା ପରେ ଦର୍ଶକ ମୁଗ୍ଧ ହେବା ସହ ନାଚି ଉଠିଥିଲେ। ସୂଚନା ଅନୁସାରେ ବିଡ଼ିଓ କୁମାର ହେଉଛନ୍ତି ଜଣେ କଳାକାର, ସେ ଛାତ୍ର ଜୀବନରୁ ଗୀତ ଗାଇ ଅନେକ ଆଲବଲମ ରେ କଣ୍ଠ ଦାନ କରିଛନ୍ତି। କିଛିଦିନ ତଳେ ‘ଫୁଲ ଗଜାରା ତୋର ବେନି’ ବୋଲି ଏକ ଆଲବମ ଗୀତ ମାର୍କେଟ କୁ ଆସିଛି। ଏହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଲାଗିରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.