ମହାବୀର ମହୋତ୍ସବର ତୃତୀୟ ସନ୍ଧ୍ୟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସପ୍ତାହ ବ୍ୟାପି ଆୟୋଜିତ ହେଉଥିବା ମହାବୀର ମହୋତ୍ସବର ଦ୍ବିତୀୟ ଓ ତୃତୀୟ ଦିନରେ ସଂସ୍କୃତି ପ୍ରେମୀଙ୍କ ଭିଡ ଏକ ମହାନ ପରିବେଶ ସୃଷ୍ଟି କରିଥିଲା । ଦ୍ବିତୀୟ ଦିନ ସକାଳ ଦଶ ଘଣ୍ଟାରୁ ଅପରାହ୍ନ ପର୍ଯ୍ୟନ୍ତ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

Omkar Vasthu
Omkar Vasthu

ସନ୍ଧ୍ୟାରେ ୯ରୁ ୧୪ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଶିଶୁ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା । ଦ୍ବିତୀୟ ଦିନ ସନ୍ଧ୍ୟାର ଅତିଥି ଭାବରେ ଅବସର ପ୍ରାପ୍ତ ସହକାରୀ ନିର୍ଦ୍ଦେଶକ ଓଡ଼ିଶା ସରକାର ଅଶୋକ କୁମାର ପାତ୍ର, ବରିଷ୍ଠ ଆଇଂଜିବୀ ତଥା କଳାହାଣ୍ଡି ବାର ଏସୋସିଏସନ ପୂର୍ବତନ ସଭାପତି ସନ୍ତୋଷ କୁମାର ପଣ୍ଡା, କୃଷ୍ଣା ବତାର ଦେଓ କଳାହାଣ୍ଡି ଶିକ୍ଷାବିକାଶ ପରିଷଦର ସମ୍ପାଦକ ଯୋଗ ଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ତୃତୀୟ ଦିବସ ନଭେମ୍ବର ୧୦ତାରିଖ ଦିନ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, କଣ୍ଠସଙ୍ଗୀତ, ୧୪ ବର୍ଷ ବୟସ ପର୍ଯ୍ୟନ୍ତ ଡୁଏଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ତୃତୀୟ ଦିବସର ଅତିଥି ଭାବରେ ଅବଦୁଲ କାଦିର ସଭାପତି କଳାହାଣ୍ଡି କଳାକାର ସଙ୍ଘ,  ଭବତୋଷ ରାଇଗୁରୁ ସମ୍ପାଦକ କଳାହାଣ୍ଡି ଲେଖକ କଳାପରିଷଦ, ବିଶିଷ୍ଟ ସମାଜସେବୀ ସୁଧାଂଶୁ ମୋହନ ନେଗୀ ଯୋଗ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା ।

ଦ୍ବିତୀୟ ଦିବସ ସନ୍ଧ୍ୟାରେ ବିରଞ୍ଚିନାରାୟଣ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ତୃତୀୟ ଦିବସ ରେ ଘୁମୁରା ଗୁରୁ ସୁରୁ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାପତି ଶାନ୍ତନୁ ବେହେରା, ସମ୍ପାଦକ ସତ୍ୟନାରାୟଣ ସିଂହ, ଉପସଭାପତି ସଞ୍ଜୟ କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ । ଯୁଗ୍ମ ସମ୍ପାଦକ ସଂଜୀଵ ସିଂହ ଉଭୟ ଦିବସରେ ସଂଯୋଜନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.