ପୋଲିସ ସ୍କାନରରେ ଶଦ୍ଦ ପ୍ରଦୁଷଣ କରୁଥିବା ବୁଲେଟ୍ ସାଇଲେନ୍ସର, ଫେନ୍ସି ନମ୍ବର ପ୍ଳେଟ ଓ ରୋଡ୍ ରୋମିଓ 

୮୫ଟି ମୋଟର ବାଇକ ଚାଳକଙ୍କ ଠାରୁ ୨୩୭୦୦ଟଙ୍କା ଜୋରିମାନା ଆଦାୟ

ରାୟଗଡ,୧୮/୭ : ମୋଟର ଯାନ ଆକ୍ଟ ନିୟମ ଉଂଲଘନକାରୀ ଦୁଇ ଚକିଆ ମୋଟର ଯାନ ଚାଳକ ଏବଂ ରୋଡ ରୋମିଓ ଏବେ ରାୟଗଡ ପୋଲିସର ସ୍କାନରରେ । ରାୟଗଡ ସହରରେ ଦୀର୍ଘ ଦିନ ହେବ ଯୁବପୀଢି ମାନେ ବଜାରକୁ ଆସୁଥିବା ନୂଆ ନୂଆ ବିଭିନ୍ନ ପ୍ରକାର ଷ୍ଟାଇଲିସ୍ ମୋଟର ବାଇକ ଗୁଡିକ କ୍ରୟ କରୁଥିବା ବେଳେ ଏହାର ବ୍ୟବହାର ସମ୍ବନ୍ଧରେ ଠିକ୍ ଭାବେ ଅବଗତ ନ ହୋଇ ବେପାରୁଆ ଭାବେ ଗାଡି ଚାଳନା କରୁଥିବା ଯୋଗୁଁ ସହରବାସୀ ଏଥିରେ ଅତିଷ୍ଠ ହୋଇ ଅନେକ ସମୟରେ ଜିଲ୍ଳା ପୋଲିସ ପ୍ରଶାସନ ପାଖରେ ଏଥିରେ ଲଗାମା ଲଗାଇବାକୁ ନିବେଦନ କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ସର୍ବଣା ବିବେକ ଏମ.ଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ସହରରେ ଏବେ ମୋଟର ଯାନ ଆକ୍ଟ ନିୟମ ଉଂଲଘନକାରୀଙ୍କୁ ଧରପଗଡ କରି ପ୍ରଥମତଃ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରିବା ସହ ମୋଟର ବାଇକରେ ବ୍ୟବହୃତ ହେଉଥିବା ବହୁତ ଶଦ୍ଦ ପ୍ରଦୁଷଣ କରୁଥିବା ସାଇଲେନ୍ସରଗୁଡିକକୁ କାଢି ଦିଆଯାଇଛି । ଏହି କ୍ରମରେ ଟ୍ରାଫିକ୍ ଓ ମୋଟର ଅଭିଯାନ ଆକ୍ଟ ନିୟମ ପ୍ରକାରେ ରାସ୍ତା ଉପରେ ଦୁଇ ଚକିଆ ଗାଡି ଚାଳନା ସମୟରେ ମୋବାଇଲରେ କଥା ହେଉଥିବା, ହେଲମେଟ୍ ନ ପିନ୍ଧିବା, ୨ରୁ ଅଧିକକୁ ଗାଡିରେ ବସାଇବା, ବିନା ନମ୍ବର ପ୍ଳେଟରେ ଗାଡି ଚଳାଇବା, ବିକୃତ ଫେନ୍ସି ନମ୍ବର ପ୍ଳେଟରେ ବ୍ୟବହାର କରିବା ସହ ବିଶେଷ କରି ସହରରେ ଥିବା ସ୍କୁଲ ଓ କଲେଜ ସମୟରେ ତଥା ବିଭିନ୍ନ ସାହି ଛକଗୁଡିକରେ ରହି ଛାତ୍ରୀ, ଯୁବତୀ ଓ ମହିଳାମାନଙ୍କୁ କମେଂଟ ପାସ କରୁଥିବା ରୋଡ ରୋମିଓମାନଙ୍କୁ ସାବାଡ କରିବା ପାଇଁ ରାୟଗଡ ପୋଲିସ ଧରପଗଡ ଅଭିଯାନ ଆରମ୍ଭ କରିଛି । ବୁଧବାର ଦିନ ରାୟଗଡ ସହରରେ ଟ୍ରାଫିକ୍ ପେଟ୍ରୋଲିଂ ସମୟରେ ଏସ.ଆଇ. ରିଗାନ କିଣ୍ଡୋ ୧୫ଟି, ଏ.ଏସ.ଆଇ .ପି.ରାମନା ୬୧ଟି ଓ ଏ.ଏସ.ଆଇ. ଗୋପାଳଚନ୍ଦ୍ର ନାୟକ ସମୁଦାୟ ୮୫ଟି ମୋଟର ବାଇକକୁ ଧରି ଚାଳକଙ୍କ ଠାରୁ ୨୩,୭୦୦ଟଙ୍କା ଜୋରିମାନା ଆଦାୟ କରି ପରବର୍ତି ସମୟରେ ନିୟମ ଉଲଂଘନ ନ କରିବା ପାଇଁ ପରାମର୍ଶ ନେଇ ବାଇକଗୁଡିକ ଛାଡିଥିଲେ । ସେହିପରି ବହୁତ ଶଦ୍ଦ କରୁଥିବା ବୁଲେଟଗୁଡିକର ସାଇଲେନ୍ସରକୁ କାଢି ଦିଆଯାଇଥିବା ବେଳେ ବିକୃତ ଫେନ୍ସି ନମ୍ବର ପ୍ଳେଟଗୁଡିକକୁ ମଧ୍ୟ କାଢି ଦିଆଯାଇଥିଲା । ରାୟଗଡ ପୋଲିସର ଏହି ଅଭିଯାନକୁ ସହରବାସୀ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିବା ସହ ପ୍ରଂଶସା କରିଛନ୍ତି ।

ରାୟଗଡରୁ ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.