ଭାକୁରଗୁଡା ଆଶ୍ରମ ବିଦ୍ୟାଳୟରେ ମନ୍ତ୍ରୀମଣ୍ଡଳ ନିର୍ବାଚନ

ରାୟଗଡ,୧୮/୭ : ରାୟଗଡ ଜିଲ୍ଳା ଭାକୁରଗୁଡା ଆଶ୍ରମ ବିଦ୍ୟାଳୟରେ ଚଳିତ ବର୍ଷ ଲାଗି ବିଦ୍ୟାଳୟ ମନ୍ତ୍ରୀମଣ୍ଡଳ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଛାତ୍ରଛ୍ରାତୀମାନେ ଶୃଙ୍ଖଳିତ ଭାବେ ନିଜର ମତଦାନ କରିଛନ୍ତି । ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ, ଖାଦ୍ୟ ମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିମଳ ମନ୍ତ୍ରୀ, ପରିବେଶ ମନ୍ତ୍ରୀ, କ୍ରୀଡା ଓ ସଂସ୍କୃତି ଏବଂ ସୂଚନା ଓ ଶିଶୁ ସାମ୍ବାଦିକ ମନ୍ତ୍ରୀ ଏପରି ମୋଟ ୭ଟି ପଦବୀ ଲାଗି ମୋଟ ୩୫ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଯାଂଚ ପରେ ସମସ୍ତଙ୍କର ପ୍ରାର୍ଥୀପତ୍ର କାଏମ ରହିଥିଲା । ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନେ ବିଦ୍ୟାଳୟ ପରିସରରେ ଆୟୋଜିତ “ମୁଁ କାହିଁକି ପ୍ରତିଦ୍ୱନ୍ଦିତା କରୁଛି’’ ସଭାରେ ନିଜର ବକ୍ତବ୍ୟ ରଖିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରଧାନଶିକ୍ଷକ ଗଗନ ଚନ୍ଦ୍ର ସାହୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇ ଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ । ଭୋଟ ଗଣତି ପରେ ଚଳିତ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଅଷ୍ଟମ ଶ୍ରେଣୀର ରଚନା ହୁଇକା, ଉପମୁଖ୍ୟମନ୍ତ୍ରୀ ଭାବେ ଆନନ୍ଦ କଣ୍ଡାଗରୀ, ଶିକ୍ଷା ମନ୍ତ୍ରୀ ଭାବେ ସଂଜନା କାଡ୍ରକା ଓ ଉପଶିକ୍ଷା ମନ୍ତ୍ରୀ ଭାବେ ସଂଜୟ ପ୍ରାସ୍କା, ସ୍ୱାସ୍ଥ୍ୟ ଓ ପରିମଳ ମନ୍ତ୍ରୀ ଭାବେ ଅମିତା ପ୍ରାସ୍କା ଓ ଉପସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ପୁରୁଷୋତମ କଣ୍ଡାଗରୀ, କ୍ରୀଡା ଓ ସଂସ୍କୃତି ମନ୍ତ୍ରୀ ଭାବେ ପାବନୀ ହିମିରିକା ଓ ଉପକ୍ରୀଡା ଓ ସଂସ୍କୃତି ମନ୍ତ୍ରୀ ଭାବେ ଚିଂଟୁ ପାତିକା, ଖାଦ୍ୟ ମନ୍ତ୍ରୀ ଭାବେ ଆରତି ହିମିରିକା ଓ ଉପ ଖାଦ୍ୟମନ୍ତ୍ରୀ ଭାବେ ଜିତେନ୍ଦ୍ର ମେଲେକା, ପରିବେଶ ମନ୍ତ୍ରୀ ଭାବେ ପବିତ୍ରା ବାତ୍ରେୟା ଓ ଉପ ପରିବେଶ ମନ୍ତ୍ରୀ ଭାବେ ରାଜୁ ପ୍ରାସ୍କା ଏବଂ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଭାବେ ମାନସୀ ହିମିରିକା ଓ ଉପ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଭାବେ ସଂଜୟ ମିଣିୟାକା ସର୍ବୋଚ୍ଚ ଭୋଟ ପାଇ ନିର୍ବାଚିତ ହୋଇଛି । ଶପଥ ପାଠ ପରେ ମନ୍ତ୍ରୀ ମଣ୍ଡଳ କାର୍ଯ୍ୟ କରିବାରେ ସମଗ୍ର ରାଜ୍ୟରେ ବିଦ୍ୟାଳୟର ସୁନାମ ରହିଥିବା ବେଳେ ଶିଶୁ ସାମ୍ବାଦିକତା କ୍ଷେତ୍ରରେ ପିଲାଙ୍କ ପାରଦର୍ଶିତା ବେଶ ଉଚ୍ଚକୋଟୀର ରହିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.