ସିନେ ଅଭିନେତା ଗଦାଧର ବାରିକଙ୍କୁ ଯୋଗ ସମିତି ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ଜିଲ୍ଲାର ସଦର ସ୍ମାର୍ଟ ପାର୍କଠାରେ ଦିବ୍ୟଉର୍ଜା ଯୋଗ ସେବା ସମିତି ସୁବର୍ଣ୍ଣପୁର ତରଫରୁ “ଖରାଫିଲ୍ମ” ର ଶ୍ରେଷ୍ଠ ଅଭିନେତା ଭାବେ ୩୪ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ପାର୍ଶ୍ଵ ଅଭିନେତା ଭାବରେ ରାଜ୍ୟ ସରକାର ଙ୍କ ଠାରୁ ସମ୍ମାନୀତ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲାର ଗର୍ବ ଏବଂ ଗୌରବ, ସଂସ୍କୃତି ଗବେଷକ ତଥା ବରିଷ୍ଠ ସିନେ କଳାକାର ନାଟ୍ୟ ଭୀଷ୍ମ ଶ୍ରୀଯୁକ୍ତ ଗଦାଧର ବାରିକଙ୍କୁ ଆଜି ସକାଳେ ଯୋଗ ସମିତି ପକ୍ଷରୁ ସମ୍ବର୍ଧିତ କରାଯାଇଛି। ସମିତିର ସଭାପତି ଗୋପାଳ ନେଗୀ, ଉପ ସଭାପତି ସୁଭାଷ ଚରଣ ପଣ୍ଡା ଓ ସମ୍ପାଦକ ଶ୍ରିମନ୍ତ ମିଶ୍ର, ସଂଯୋଜକ ରବୀନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ନେଗୀ, ଶ୍ରୀ ମିଶ୍ର ଓ ମହିଳା ସଦସ୍ୟଙ୍କ ଦ୍ୱାରା ଫୁଲ ତୋଡା ଉପଢୌକନ୍ ଦେଇ ଅଭିନେତା ଶ୍ରୀ ବାରିକ୍ ଙ୍କୁ ସମ୍ବର୍ଧିତ କରାଯାଇଥିଲା। ମନୋରଞ୍ଜନ ତ୍ରିପାଠୀ ସଭା ସଂଯୋଜନା କରିଥିବା ବେଳେ ଯୋଗ ଗୁରୁ ମନୋଜ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ। ଗ୍ଲୋବାଲ ୱାର୍ମିଂ ସଚେତନତା ଉପରେ ଆଧାରିତ ଏହି ଫିଲ୍ମ କାହାଣୀ ର କିଛି ଡ଼ାଇଲଗ ଓ କିଛି ଅନୁଭୂତି କୁ ଆଜି ର ଏହି ସଭାରେ ବାଣ୍ଟି ଥିଲେ ଶ୍ରୀ ବାରିକ୍। ଯୋଗ ସମିତି ର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଅଭିନେତା ଶ୍ରୀ ବାରିକ୍ ଙ୍କୁ ସ୍ଵାଗତ କରିଥିଲେ। ଏହି ଅବସରରେ ଆସନ୍ତା ୨୭ ତାରିଖ ଦିନ ସହରର ପ୍ରତୀକ କଲ୍ୟାଣ ମଣ୍ଡପ ଠାରେ ବଡ ପରଦାରେ ପ୍ରଦର୍ଶିତ ହେବାକୁ ଥିବା ଏହି ଫିଲ୍ମ୍ ସୋ ରେ ଯୋଗ ଦେବାକୁ ଯୋଗ ସମିତି କୁ ଶ୍ରୀ ବାରିକ୍ ନୀମନ୍ତ୍ରଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.