ସୋନପୁର ପୌର ପରିଷଦ ପକ୍ଷରୁ ପିଏମ ସ୍ୱନିଧି କର୍ମଶାଳା ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସହରର ଉଠା ଦୋକାନୀ ମାନଙ୍କୁ ନେଇ ସୋନପୁର ପୌର ପରିଷଦ ପକ୍ଷରୁ ଗତ ମାସ ୧୮ ତାରିଖରୁ ଚାଲିଥିବା ପିଏମ ସ୍ଵ ନିଧି ଯୋଜନା ସଂପର୍କୀତ କର୍ମଶାଳା ଆଜି ସ୍ଥାନୀୟ ନିଉ ଟାଉନ ହଲ ଠାରେ ଉଦଯାପିତ ହୋଇଯାଇଛି। ଏହି କର୍ମଶାଳାରେ ୨୭୮ ଟି ଉଠା ଦୋକାନୀଙ୍କୁ ତାଲିମ ଦିଆଯାଇଥିଲା। ବ୍ୟାଙ୍କ ଅଫ ବରୋଦା ବ୍ୟାଙ୍କ୍, ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ, ଇଣ୍ଡିଆନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ପରିଚାଳକ ମାନେ ଏହି ଯୋଜନାରେ ବ୍ୟାଙ୍କ ମାନଙ୍କର ଭୂମିକା ଉପରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଅନ୍ୟା ଦାସ, ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାୟକ, ସୌମ୍ୟ ରଞ୍ଜନ ସ୍ୱାଇଁ, ପିଡି ଡୁଡ଼ା, ସୋନପୁର ଏଲଡିଏମ୍, ଏମଆଇ, ଡିଏଲଓ, ଉପାଧ୍ୟକ୍ଷା, ସିଡ଼ିପିଓ, ସିଡ଼ିଏମଓ ସୋନପୁର କାର୍ଯ୍ଯକ୍ରମ କୁ ପରିଚାଳନା କରିଥିଲେ। ଗୋଷ୍ଠି ସଂଗଠିକା ଶ୍ରୀମତୀ ସସ୍ମିତା ନାୟକ ପିଏମ ସ୍ୱ ନିଧି ଯୋଜନା ଉପରେ ବିସ୍ତାର ଭାବେ ଆଲୋକପାତ କରିଥିଲେ। ଏଥିରେ ପୌର ପରିଷଦର କାଉନସିଲର ମାନେ ଏବଂ ପୌର ପରିଷଦର ଏମଆଇଏସସିପି ରବି ନାରାୟଣ ତଣ୍ଡକାର ଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.