ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ତୁଷୁରା ଥାନା ଅନ୍ତର୍ଗତ ବଡ ଗୋମୁଣ୍ଡା ପଞ୍ଚାୟତର ପୂର୍ବ ସରପଞ୍ଚ ବିଜେଡ଼ି ନାରୀ ନେତ୍ରୀ ପ୍ରଭାସିନୀ ପଧାନ ଗ୍ରୁପ ଟଙ୍କାରେ ମହିଳାଙ୍କୁ ଠାକୁଥିବା ନେଇ ତୁଷୁରା ଥାନାରେ ଅଭିଯୋଗ ହୋଇଛି। ସରଗଡା ଗାଁର ପ୍ରାୟ ୩୦ ଜଣ ମହିଳା ବିଭିନ୍ନ ବେସରକାରୀ ଫାଇନାନ୍ସ କମ୍ପାନୀ ଠାରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଋଣ କରି ନାରୀ ନେତ୍ରୀଙ୍କୁ ଦେଇଥିଲେ। ନାରୀ ନେତ୍ରୀ ବି ପ୍ରତି ମାସ ଗ୍ରୁପ ଟଙ୍କା ବୁଝାଇବା ପାଇଁ ଦେଇଥିଲେ ହେଲେ ଏବେ ଟଙ୍କା ଦେବାକୁ ମନା କରିବାରୁ ଗାଁର ମହିଳା ପୁରୁଷ ତୁଷୁରା ଥାନାରେ ରୁଣ୍ଡ ହୋଇ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ନାରୀ ନେତ୍ରୀଙ୍କୁ ପୁଲିସ ପଚରାଉଚରା କରୁଥିବା ଜଣାପଡିଛି। ଅନ୍ୟ ପକ୍ଷରେ ନାରୀ ନେତ୍ରୀଙ୍କୁ ଗାଳି ଗୁଳଜ କରିଥିବା ନେଇ ଜଣେ ଯୁବକଙ୍କ ନାରେ ସେ ଅଭିଯୋଗ କରିଛନ୍ତି।