ବ୍ଲକ ସ୍ତରିୟ ଯାଦବ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ଚୟନ ଓ ସାଧାରଣ ବୈଠକ

କଲମପୁର,୨୧/୭ : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦେପୁର ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ବ୍ଲକ ଯାଦବ କର୍ମଚାରୀ ସଂଘ ପକ୍ଷରୁ ଆଜି (ରବିବାର) ସଂଘର କର୍ମକର୍ତ୍ତା ଚୟନ ଓ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଅତିଥିମାନେ ମଞ୍ଚାସୀନ ହେବାପରେ ନିଜ ଜାତିର କୂଳଦେବତା ଭଗବାନ ଶ୍ରୀ କୃଷ୍ଣଙ୍କ ପ୍ରତିଛବିରେ ମାଲ୍ୟାର୍ପଣ ଓ ଦିପପ୍ରଜ୍ଜଳନ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହାପରେ ସ୍ୱାଗତ ଭାଷଣ ସହ ବ୍ଲକ ଯାଦବ ସମିତି ସଂପାଦକ ସୁଧିର ରଞ୍ଜନ ବାଗ ଉପସ୍ଥିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଲକ୍ଷ୍ମଣ ବଚ୍ଛାଙ୍କ ସଭାପତିତ୍ୱରେ ଅୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଯାଦବ ସଭାପତି ହରିଶଙ୍କର ବାଗ, ଜିଲ୍ଲା ଯାଦବ ଉପ-ସଭାପତି ନରେନ୍ଦ୍ର ବାଗ, ବ୍ଲକ ଯାଦବ ଉପ-ସଭାପତି ଡମ୍ବରୁଧର ନାଗ, ଜୟପାଟଣା ବ୍ଲକ ଯାଦବ କର୍ମଚାରୀ ସଂଘର ସଭାପତି କୁଞ୍ଜ ବିହାରୀ ଖଡିକାର, ଗିରୀଧାରୀ ତେଜି ପ୍ରମୂଖ ଉପସ୍ଥିତ ରହି ମାର୍ଗ ଦର୍ଶନ କରିଥିଲେ ।

ଏହାପରେ କଲମପୁର ବ୍ଲକ ଯାଦବ କର୍ମଚାରୀ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ନୂତନ କମିଟି ଗଠନ କରାଯାଇଥିଲା । ବୈଠକରେ ସର୍ବ ସମ୍ମତିକ୍ରମେ ସଭାପତି ଭାବରେ ପ୍ରଧାନ ଶିକ୍ଷକ ପ୍ରଭାକର ଲହଜଲ ମନୋନିତ ହୋଇଥିବା ବେଳେ ଉପ- ସଭାପତି ଭାବରେ ଅକ୍ଷୟ ନାଗ ଓ ରୋହିତାଶ୍ୟ ହଂସ, ସଂପାଦକ ଭାବରେ ରାଜେନ୍ଦ୍ର ରାଉତ, ଯୁଗ୍ମ ସଂପାଦକ ରବିନ୍ଦ୍ର ନାଗ ଓ କୋଷାଧ୍ୟକ୍ଷ କ୍ଷେତ୍ର ମୋହନ ବାଗ (ମଣ୍ଟୁ) ଙ୍କୁ ମନୋନିତ କରାଗଲା । ଉକ୍ତ ସଭାରେ ପୂର୍ବତନ ସଂପାଦକ ଚନ୍ଦ୍ର ଭାନୁ ହାତୀ, ଯୁଗ୍ମ ସଂପାଦକ ସର୍ବେଶ୍ୱର ଗହୀର, ରାଜ୍ୟ ଯାଦବ ସଂପାଦକ କିର୍ତ୍ତନ ନାଏକ, ଦିବ୍ୟାଙ୍ଗ ବିଦ୍ୟାଳୟ ଶିକ୍ଷକ ଧନେଶ୍ୱର ନାଗ, ବୈକୁଣ୍ଠ ବାଗ ପ୍ରମୂଖ ମଞ୍ଚାସୀନ ଥିଲେ । ବୃବୃବାହନ ବାଗ ମଂଚ ପରିଚାଲନା କରିଥିବା ବେଲେ ପ୍ରଶାନ୍ତ କଙ୍କରିଆ ଧନ୍ୟବାଦ ଅର୍ପଣ କରିଥିଲେ ।

କଲମପୁରରୁ ତୁଲାରାମ ବେହେରାଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.