କୋଶଳ ପ୍ରବକ୍ତା ଦେବେନ୍ଦ୍ର ନାଏକ ପାଇବେ ସମ୍ମାନଜନକ ଡକ୍ଟରେଟ ଉପାଧି

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆନ୍ତର୍ଜାତିକ ସ୍ତରରେ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଆମେରିକାନ୍ ମେରିଟ୍ କାଉନସିଲ୍, ଆମେରିକା ତରଫରୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପାଇବେ ବିଶିଷ୍ଟ ସାହିତ୍ୟିକ ଦେବେନ୍ଦ୍ର କୁମାର ନାଏକ। କୋଶଳାଞ୍ଚଳର କଳା-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତରଭା ସହରର ଜଣାଶୁଣା କୋଶଳ ପ୍ରବକ୍ତା ଦେବେନ୍ଦ୍ର କୁମାର ନାଏକଙ୍କୁ ଓ୍ବାର୍ଲଡ ଚେରିଟି ଓ୍ବେଲଫେୟାର ଫାଉଣ୍ଡେସନ, ନୂଆଦିଲ୍ଲୀ ଦ୍ବାରା ଉକ୍ତ ଉପାଧି ନିମନ୍ତେ ମନୋନୀତ କରାଯାଇଛି। ଆସନ୍ତା ୩୧ ତାରିଖ ପୁରୀ ଟାଉନ ହଲଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର ସମାରୋହରେ ଏହି ଉପାଧି ଗ୍ରହଣ କରିବା ପାଇଁଁ ଦେବେନ୍ଦ୍ର କୁମାରଙ୍କୁ ଏକ ପତ୍ର ମାଧ୍ୟମରେ ଫାଉଣ୍ଡେସନ ତରଫରୁ ସୂଚନା ଦିଆଯାଇଛି। କୋସଲୀ ଭାଷା-ସାହିତ୍ୟ-ସଂସ୍କୃତିର ପୁନରୁଦ୍ଧାର ଉଦ୍ଦେଶ୍ୟରେ କୋଶଳ ସାହିତ୍ୟ ଏକାଡେମୀ ମାଧ୍ୟମରେ ବିଭିନ୍ନ ସଭାସମିତି, ଆଲୋଚନା ଚକ୍ରର ଆୟୋଜନ କରି ବେଶ ଚର୍ଚ୍ଚାରେ ରହି ଆସିଛନ୍ତି ସେ। ଏପରିକି କୋଶଳାଞ୍ଚଳର ମୌଖିକ ତଥା ପ୍ରମୁଖ ଭାଷା କୋସଲୀକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ କରିବା ସକାଶେ ନିରବଚ୍ଛିନ୍ନ ପ୍ରୟାସ ଜାରି ରଖିଛନ୍ତି। ସୂଚନାଯୋଗ୍ୟ ଯେ ଏ ଅଞ୍ଚଳର କଳା-ସାହିତ୍ୟ-ସଂସ୍କୃତିର ପ୍ରଚାର ପ୍ରସାର କରି ଓଡ଼ିଶାର କୋଣ ଅନୁକୋଣରେ ଥିବା ଶତାଧିକ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ଓ ସମ୍ମାନିତ ହୋଇ ଆସୁଛନ୍ତି ସାହିତ୍ୟିକ ଦେବେନ୍ଦ୍ର କୁମାର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.